ବିହାରରେ ଆଜି ମଧ୍ୟ ୧୯୯୦ର ସ୍ଥିତି ରହିଛି, କିଛି ପରିବର୍ତ୍ତନ ହୋଇନାହିଁ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ବିହାରରେ ଆଜି ମଧ୍ୟ ୧୯୯୦ର ସ୍ଥିତି ରହିଛି । ଗତ ୩୦-୪୦ ବର୍ଷରେ କିଛି ପରିବର୍ତ୍ତନ ହୋଇନାହିଁ ।

ପ୍ରଶାନ୍ତ କିଶୋର କହିଛନ୍ତି, ଆମେ ୩୦-୪୦ ବର୍ଷରୁ ଶୁଣି ଆସୁଛୁ ଯେ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିବ, କିନ୍ତୁ ରାଜ୍ୟରେ କିଛି ମଧ୍ୟ ପରିବର୍ତ୍ତନ ଆସି ନାହିଁ । ୧୯୯୦ରେ ବିହାର ସବୁଠୁ ଗରିବ ଏବଂ ସବୁଠୁ ପଛୁଆ ଥିଲା ଏବଂ ୨୦୨୨ରେ ମଧ୍ୟ ସମାନ ସ୍ଥିତି ରହିଛି । ଏଠାରୁ ଲୋକେ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି।

ପ୍ରଶାନ୍ତ କିଶୋର ୩୫୦୦ କିଲୋମିଟର ଦୂର ଜନ ସୁରାଜ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘ଦେଶର ସବୁଠୁ ଗରିବ ଏବଂ ପଛୁଆ ରାଜ୍ୟ ବିହାରରେ ବ୍ୟବସ୍ଥା ପରିବର୍ତ୍ତନର ଦୃଢ ସଂକଳ୍ପ । ଉନ୍ନତ ରାଜନୈତିକ ବ୍ୟବସ୍ଥା ପାଇଁ ଆସନ୍ତା ୧୨-୧୫ ମାସରେ ବିହାର ସହର, ଗାଁରେ ୩୫୦୦ କି.ମିର ପଦଯାତ୍ରା, ଉନ୍ନତ ଏବଂ ବିକଶିତ ବିହାର ପାଇଁ’ ।

Related Posts