ଦିଲ୍ଲୀରେ ସାର୍ବଜନିକ ପରିବହନରେ ଯାତ୍ରା ଓ ବାହାନ କ୍ରୟ ଉଭୟ ହେବ ମହଙ୍ଗା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ସାର୍ବଜନିକ ପରିବହନରେ ଯାତ୍ରା ଓ ବାହାନ କ୍ରୟ ଉଭୟ ହେବ ମହଙ୍ଗା । ମୂଲ୍ୟବୃଦ୍ଧି କାଳରେ ରାଜଧାନୀ ଦିଲ୍ଲୀରେ ସାର୍ବଜନିକ ପରିବହନ ଉପଯୋଗ କରୁଥିବା ଲୋକେ ଓ ବାହନ କିଣିବାକୁ ଆଗ୍ରହୀ ଥିବା ଉଭୟଙ୍କ ଉପରେ ଦୋହରା ମୂଲ୍ୟବୃଦ୍ଧି ମାଡ଼ ପଡିପାରେ। ଦିଲ୍ଲୀରେ ବାହନ କ୍ରୟ ସମେତ ଏନସିଆର କ୍ଷେତ୍ରରେ ଷ୍ଟେଜ କ୍ୟାରେଜ ପରିମିଟି ବସ୍ ଯାତ୍ରା ମହଙ୍ଗା ହୋଇପାରେ। ରାଜସ୍ୱ ବୃଦ୍ଧି ଲାଗି ଦିଲ୍ଲୀ ପରିବହନ ବିଭାଗ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଯଦି ସରକାରଙ୍କ ମଞ୍ଜୁରୀ ମିଳିଲା ପ୍ରସ୍ତାବ ଲାଗୁ ହୋଇଯିବ। ପରିବହନ ବିଭାଗ ରାଜସ୍ୱ ବୃଦ୍ଧି ଲାଗି ଦିଲ୍ଲୀ ସରକାରଙ୍କୁ ୩ଟି ପ୍ରସ୍ତାବ ସୁପାରିଶ କରିଛନ୍ତି।

ଏଥିରୁ ଗୋଟିକରେ ବାହନ କ୍ରୟ କାଳରେ ରେଜିଷ୍ଟ୍ରେସନ ବାବଦ ଶୁଳ୍କ ବୃଦ୍ଧି ଲାଗି ହୋଇଥିବା ବେଳେ ଦ୍ୱିତୀୟ ସୁପାରିଶ ଟି ଷ୍ଟେଜ କ୍ୟାରିୟର ପରିମିଟ ରଖିଥିବା ବସମାନଙ୍କ ଲାଗି ହୋଇଛି। ଏଥିରେ ସାର୍ବଜନିକ ପରିବହନ ସୋବା ଯୋଗାଇ ଦେଉଥିବା ବସ୍ ଯେତେଥର ଦିଲ୍ଲୀକୁ ପ୍ରବେଶ କରିବେ ସେତେଥର ପ୍ରବେଶ ଶୁଳ୍କ ପ୍ରଦାନ କରିବେ। ସେହିପରି ତୃତୀୟ ପ୍ରସ୍ତାବରେ ପେଟ୍ରୋଲ ଓ ଡିଜେଲ ଉପରେ ସେସ ଅସୁଲ ପାଇଁ କୁହାଯାଇଛି। ଯଦି ସରକାର ଏହି ସବୁ ପ୍ରସ୍ତାବକୁ ମଞ୍ଜୁର କରନ୍ତି ତେବେ ଏହାର ପ୍ରଭାବ ସିଧା ଶଳଖ ଲୋକଙ୍କ ଉପରେ ପଡିବ।

Related Posts