ଜାମ୍ମୁ-କାଶ୍ମୀରରେ ୩୭୦ ଉଚ୍ଛେଦ ପରେ ୧୧୮ ସାଧାରଣ ଜନତାଙ୍କୁ କରାଯାଇଛି ହତ୍ୟା, ଏଥିରେ ୫ କାଶ୍ମୀରୀ ପଣ୍ଡିତ ସାମିଲ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଛି । ତେବେ ଉଚ୍ଛେଦ ପରେ ମଧ୍ୟ ଘାଟିରେ ସାଧାରଣ ଲୋକଙ୍କ ମୃତ୍ୟୁ ଖବର ସାମ୍ନା କୁ ଆସିଛି । ୧୧୮ ସାଧାରଣ ଜନତାଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ କାଶ୍ମୀରୀ ପଣ୍ଡିତ ସାମିଲ୍।

ବୁଧବାର ସଂସଦରେ କେନ୍ଦ୍ର ସରକାର ଏହା ଉପରେ ଲିଖିତ ତଥ୍ୟ ରଖିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ମୃତକଙ୍କ ମଧ୍ୟରେ ୧୬ ହିନ୍ଦୁ ଏବଂ ଶିଖ ସମୁଦାୟର ଥିଲେ। ଏହି ସମୟରେ ଜାମ୍ମୁ-କାଶ୍ମୀର ସରକାର ବିଭିନ୍ନ ବିଭାଗରେ ୫୫୦୨ କାଶ୍ମୀରୀ ପଣ୍ଡିତଙ୍କୁ ସରକାରୀ ଚାକିରି ଦିଆଯାଇଛି। ୨୦୧୯ ଅଗଷ୍ଟ ପରଠୁ ଘାଟିରେ କୌଣସି କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ହୋଇ ନାହିଁ।

ସେ କହିଛନ୍ତି, ସରକାରୀଙ୍କ ଆତଙ୍କବାଦ ପ୍ରତି ତିଳେ ମାତ୍ର ସହନସୀଳ ନୀତି ନାହିଁ। ଘାଟିରେ ସୁରକ୍ଷା ସ୍ଥିତିରେ ବହୁତ ସୁଧାର ଆସିଛି। ଆତଙ୍କବାଦୀ ଆକ୍ରମଣରେ ବହୁତ ହ୍ରାସ ଘଟିଛି। ୨୦୧୮ରେ ୪୧୭ରୁ କମ ହୋଇ ୨୦୨୧ରେ ୨୨୯କୁ ହ୍ରାସ ଘଟିଛି। ରାୟଙ୍କ ସୂଚନା ମୁତାବକ, ୨୦୧୯ ଅଗଷ୍ଟ ୫ରୁ ୨୦୨୨ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୧୨୮ ଯବାନ ଏବଂ ୧୧୮ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ କାଶ୍ମୀରୀ ପଣ୍ଡିତ ଥିବା ବେଳେ ୧୬ ଜଣ ହିନ୍ଦୁ ସମୁଦାୟରୁ ଅଛନ୍ତି। ଏହି ସମୟରେ ଅନ୍ୟ କୌଣସି ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିନାହିଁ।

୨୦୧୯ ପରେ ଦେଶର ଅନ୍ୟ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଘାଟିରେ ଥଇଥାନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ୍ ଆଧାରରେ ଘାଟିରେ ସରକାର ବିଭିନ୍ନ ଯୋଜନାରେ ୫୫୦୨ କାଶ୍ମୀରୀ ପଣ୍ଡିତଙ୍କୁ ସରକାରୀ ଚାକିରି ଦିଆଯାଇଛି। ଏହି ସମୟରେ କୌଣସି କାଶ୍ମୀରୀ ପଣ୍ଡିତ ଘାଟିରୁ ପଳାୟନର କୌଣସି ସୂଚନା ନାହିଁ। ତେବେ ଗତ କିଛି ମାସରେ ଜାମ୍ମୁ-କାଶ୍ମୀରରେ ପଣ୍ଡିତଙ୍କ ଉପରେ ଆକ୍ରମଣର ଦୁଇଟି ଘଟଣା ସାମ୍ନାକୁ ଆସିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଏବଂ ଜଣେ ଆହତ ହୋଇଥିବା ମନ୍ତ୍ରୀ କହିଛନ୍ତି ।

Related Posts