ପୋଷ୍ଟର ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର, ଏଣିକି ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ରାଜଧାନୀ ଭୁବନେଶ୍ୱରକୁ ପୋଷ୍ଟର ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ଉପରେ ପ୍ରତିବନ୍ଧକ ଲାଗିଛି । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି । ବିଏମସିର ଲକ୍ଷ୍ୟ ରହିଛି ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ ଅବଗତ କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ।ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଉଛି । ତେବେ ଆଗକୁ ଯଦି ରାସ୍ତାକଡ଼ କାନ୍ଥରେ ପୋଷ୍ଟର ମାରିଲେ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି ବିଏମସି । ବିଏମସିର ଏହି ପୋଷ୍ଟର ମୁକ୍ତ ରାଜଧାନୀ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Related Posts