ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ପୁରିଲା ୩ ବର୍ଷ

କାଶ୍ମୀର: ଅଗଷ୍ଟ ୫ରେ ଧାରା ୩୭୦ର ଉଚ୍ଛେଦକୁ ତିନି ପୁରୁଛି । ଏହା ପୂର୍ବରୁ ଆତଙ୍କୀମାନେ ଆକ୍ରମଣ କରିଛନ୍ତି । ସୂତ୍ର ଅନୁସାରେ ପୁଲୱାମାର ଗଦୁରା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କୀମାନେ ଗ୍ରେନେଡ୍ ଆକ୍ରମଣ କରିଥିଲେ । ଆତଙ୍କବାଦୀ ଖୋଜିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ (ପୋଲିସ, ସେନା, ସିଆରପିଏଫ) ଅଭିଯାନ ଆରମ୍ଭ କରିଛନ୍ତି ।

୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ହୋଇଥିଲା । ଏଯାବତ ବିଧାନସଭା ନିର୍ବାଚନ ହୋଇନି । କେବଳ ସ୍ଥାନୀୟ ନିର୍ବାଚନ ହୋଇଛି । ଧାରା ୩୭୦ ହଟିବା ପରଠୁ ଏଯାବତ ୧୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।

ଯେଉଁଥିରେ ୫ ଜଣ କଶ୍ମୀର ପଣ୍ଡିତ ରହିଛନ୍ତି । ଏବେ ସ୍ଥିତିରେ ସୁଧାର ଆସୁଥିଲେ ବି ଆତଙ୍କବାଦୀଙ୍କ ଭୟ ରହିଛି । କିନ୍ତୁ ପୂର୍ବରୁ ଯେପରି ଆତଙ୍କବାଦୀ ସକ୍ରିୟ ରହିଥିଲେ ସେପରି ଆଉ ନାହିଁ । କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ସ୍ଥାନୀୟ ରାଜନୈତିକ ଦଳ ପିଡିପି, ନ୍ୟାସନାଲ କନଫରେନସ ଭଳି ଦଳ ଏହି ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି ।

Related Posts