
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର କରି ଜାମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି । ସେପଟେ ଜାମ୍ମୁ-କାଶ୍ମୀରରେ ପହଞ୍ଚି ପ୍ରଧାନମନ୍ତ୍ରୀ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହା ମଧ୍ୟରେ ଜାମ୍ମୁ-କାଶ୍ମୀରରେ ଗଣତନ୍ତ୍ର ତୃଣମୂଳ ସ୍ତରରେ ପ୍ରବେଶ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହା ସହ ଜମ୍ମୁ ଓ କଶ୍ମୀରର ଯୁବବର୍ଗଙ୍କୁ ଏକ ବଡ଼ ପ୍ରତିଶୃତି ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୁଁ ଯୁବକମାନଙ୍କୁ କହିବାକୁ ଚାହେଁ ଜାମ୍ମୁ କାଶ୍ମୀରରେ ଆପଣଙ୍କ ପିତାମାତା ଏବଂ ଜେଜେବାପାଙ୍କୁ ଯେଉଁ କଷ୍ଟ ସହ୍ୟ କରିଛନ୍ତି, ଆପଣଙ୍କୁ ଏପରି ଜୀବନଯାପନ କରିବାକୁ ପଡିବ ନାହିଁ । ଆମେ ଆପଣଙ୍କୁ ଏପରି ପ୍ରମାଣ କରି ଦେଖାଇବୁ । ପଲ୍ଲୀରେ ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି: “ଏଥର ପଞ୍ଚାୟତିରାଜ ଦିବସ – ଜାମ୍ମୁ କାଶ୍ମୀରରେ ପାଳନ କରାଯିବା ଏକ ବଡ ପରିବର୍ତ୍ତନ।
ଏହା ଏକ ଗର୍ବର ବିଷୟ ଯେ ଗଣତନ୍ତ୍ର ତୃଣମୂଳ ସ୍ତରରେ ପ୍ରବେଶ କରିଛି । ସେହି କାରଣରୁ ହିଁ ମୁଁ ଏଠାରେ ଥାଇ ସମଗ୍ର ଦେଶରେ ଥିବା ପଞ୍ଚାୟତଗୁଡ଼ିକ ସହ ଆଳାପ କରିପାରୁଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ବିକାଶର ଏକ ନୂତନ କାହାଣୀ ଲେଖିବାକୁ କେନ୍ଦ୍ର ଅଞ୍ଚଳ ସ୍ଥିର ହୋଇଛି। ସ୍ୱାଧୀନତାର ସାତ ଦଶନ୍ଧି ମଧ୍ୟରେ ଜାମ୍ମୁକାଶ୍ମୀର ଦ୍ୱାରା କେବଳ ୧୭,୦୦୦ କୋଟିର ବ୍ୟକ୍ତିଗତ ପୁଞ୍ଜି ବିନିଯୋଗ ରେକର୍ଡ ହୋଇଥିବାବେଳେ ଏହି ସଂଖ୍ୟା ବର୍ତ୍ତମାନ, ୩୮ ହଜାର କୋଟିରେ ପହଞ୍ଚିଛି ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।