ଜାମ୍ମୁ-କାଶ୍ମୀରରେ ଟାର୍ଗେଟ କିଂଲି ବୃଦ୍ଧି ପାଉଥିବା ବେଳେ ବିଜେପି କ୍ଷମତାର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାରେ ବ୍ୟସ୍ତ: ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁକାଶ୍ମୀରର କୁଲଗାମରେ ଜଣେ ହିନ୍ଦୁ ମହିଳା ଶିକ୍ଷୟିତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସେପଟେ ଏହି ଘଟଣାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଜାମ୍ମୁ-କାଶ୍ମୀରରେ ଟାର୍ଗେଟ କିଂଲି ବୃଦ୍ଧି ପାଉଥିବା ବେଳେ ବିଜେପି କ୍ଷମତାର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାରେ ବ୍ୟସ୍ତ ଅଛି ବୋଲି କହିଛନ୍ତି । ଅନ୍ୟପଟେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର କୁଲଗାମରେ ସ୍କୁଲ ଶିକ୍ଷକ ରେନୁ ବାଲାଙ୍କୁ ଗୁଳି କରି ହତ୍ୟା କରିବାର ଗୋଟିଏ ଦିନ ପରେ ତାଙ୍କ ମନ୍ତବ୍ୟ ଆସିଛି। କେବଳ ଏତିକି ନୁହେଁ ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀ ଏବଂ ସାଧାରଣ ନାଗରିକ ମରୁଛନ୍ତି ।

ଏପରି ଘଟିବା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଏହା ସତ୍ୟ ଘଟଣା ବୋଲି ରାହୁଲ ଗାନ୍ଧୀ କଟାକ୍ଷ କରି କହିଛନ୍ତି । ଏହା ସହ କାଶ୍ମୀରରେ ଗତ ପାଞ୍ଚ ମାସ ମଧ୍ୟରେ ୧୫ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି ଏବଂ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଗତକାଲି ମଧ୍ୟ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିଲା ବୋଲି ସେ ହିନ୍ଦୀରେ ଏକ ଟୁଇଟ୍‌ରେ କହିଛନ୍ତି। କାଶ୍ମୀରୀ ପଣ୍ଡିତମାନେ ଗତ ୧୮ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କିନ୍ତୁ ବିଜେପି ଆଠ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାରେ ବ୍ୟସ୍ତ ଅଛି। ପ୍ରଧାନମନ୍ତ୍ରୀ ଜି, ଏହା ଏକ ଚଳଚ୍ଚିତ୍ର ନୁହେଁ ବରଂ ଏହା କାଶ୍ମୀରର ସତ୍ୟ ଘଟଣା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts