କେଜ୍ରିୱାଲ କେତେ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବେ: ସ୍ମୃତି ଇରାନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚର ଜୋର ଧରିବାରେ ଲାଗିଛି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସପକ୍ଷରେ ନିଜ ବୟାନ ଦେବାରେ ଲାଗିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କେଜ୍ରିୱାଲଙ୍କ ଉପରେ ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ କେଜ୍ରିୱାଲ କଳା ଟଙ୍କାର ମାଲିକ ସତ୍ୟେନ୍ଦ୍ରଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି । ସ୍ମୃତି ଇରାନୀ ନିଜ ପ୍ରଶ୍ନ ବାଣରେ କେଜ୍ରିୱାଲଙ୍କୁ ଘେରି କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ଯାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ୍ଲିନ ଚିଟ ଦେଇଛନ୍ତି ।

ସେ ତାଙ୍କୁ ବଞ୍ଚାଇବାକ ୁକାହିଁକି ଚେଷ୍ଟା କରୁଛନ୍ତି ବୋଲି ସ୍ମୃତି ଇରାନୀ କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛନ୍ତି । ସେପଟେ କେଜ୍ରିୱାଲ କହିଥିଲେ ଯେ ଦୁର୍ନିତିର ଅର୍ଥ ହେଉଛି ଦେଶ ପ୍ରତି ବିଶ୍ୱାସଘାତକତା । ତେବେ କେଜ୍ରିୱାଲ ନିଜ ଦେଶର ଦେଶଦ୍ରୋହୀମାନଙ୍କୁ ବର୍ତ୍ତମାନ ଆଶ୍ରୟ ଦେଉଛନ୍ତି କି ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି । ସତ୍ୟେନ୍ଦ୍ର ଦୋଷୀ ଜାଣି ମଧ୍ୟ କେଜ୍ରିୱାଲ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts