କର୍ଣ୍ଣାଟକରେ କଂଗ୍ରେସ ଆରମ୍ଭ କଲା ୧୦୦ କୋଟି ଟଙ୍କାର ନିଜସ୍ଵ ଟୀକାକରଣ କାର୍ଯ୍ୟକ୍ରମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ଦେଶରେ କୋଭିଡ୍ ଟିକା ଅଭାବକୁ ନେଇ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କର୍ଣ୍ଣାଟକରେ କଂଗ୍ରେସ ଏକ ନିଜସ୍ୱ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ମଙ୍ଗଳବାର ଦିନ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ପକ୍ଷରୁ କୋଭିଡ୍ ଟୀକାକରଣର ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଏକ ବିରାଟ ଅନଲାଇନ କ୍ୟାମ୍ପେନ୍ ଆରମ୍ଭ କରିଛି। କଂଗ୍ରେସ ନିଜେ ସିଧାସଳଖ ‘100 କୋଟି ଟଙ୍କାର ଟିକା କିଣି ମାଗଣାରେ ଟୀକାକରଣ କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ। କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସେମାନେ ସିଧାସଳଖ ଉତ୍ପାଦନକାରୀଙ୍କ ଠାରୁ ଟିକା କିଣିବା ପାଇଁ 100 କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛନ୍ତି । କେପିସିସି ସଭାପତି ଡି.କେ ଶିବକୁମାର କହିଛନ୍ତି ଯେ କଂଗ୍ରେସରୁ 10 କୋଟି ଟଙ୍କା ଆସିବ ଏବଂ ବାକି 90 କୋଟି ଟଙ୍କା ସେମାନଙ୍କ ବିଧାୟକ / ଏମଏଲସି ପାଣ୍ଠିରୁ ସଂଗ୍ରହ କରି ମାଗଣାରେ ଟିକା ଯୋଗାଇଦେବେ । ଟୀକାକରଣ ଅଭିଯାନରେ ଭାରତୀୟ ଜନତା ପାର୍ଟିର ଅପାରଗତାକୁ ନଜରରେ ରଖି କଂଗ୍ରେସ ପକ୍ଷରୁ ଏକ ଭିଡିଓ ବାର୍ତ୍ତା ଜାରି କରାଯାଇଛି।

‘କଂଗ୍ରେସ ଟୀକାକରଣ’ ଅଭିଯାନର ଏକ ଅଂଶ ଭାବରେ ଶିବକୁମାର, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା, କେପିସିସି କାର୍ଯ୍ୟକାରୀ ସଭାପତି ଇଶ୍ୱର ଖାଣ୍ଡ୍ରେ ଏବଂ ବହୁ ବିଧାୟକ ତଥା ଏମ୍.ସି.ଏଲ୍.ସି.  ଏହି ମହାମାରୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ସୂଚନା ମୁତାବକ ଏହି କ୍ଯାମ୍ପେନ୍ ର ଉନ୍ମୋଚନ ଦିବସରେ ପାଖାପାଖି 20,000 ରୁ ଅଧିକ ଲୋକ ଏହି ଅଭିଯାନକୁ ସମର୍ଥନ କରିଥିଲେ। ଏବଂ ଟ୍ୱିଟର , ଫେସବୁକରେ ସେମାନଙ୍କର ଭିଡିଓ ସେୟାର କରି ବିଜେପି ସରକାରଙ୍କୁ କର୍ଣ୍ଣାଟକର ଲୋକଙ୍କୁ ଟୀକାକରଣ କରିବା ପାଇଁ କଂଗ୍ରେସକୁ ଅନୁମତି ଦେବାକୁ କହିଥିଲେ।

ଡି କେ ଶିବ କୁମାର କହିଛନ୍ତି ଯେ, “ବିଜେପି କର୍ଣ୍ଣାଟକକୁ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ କରାଇ ନାହିଁ, ନିଜର ଭାବମୂର୍ତ୍ତୀ କୁ ବଢାଇବା ପାଇଁ ଟିକା ରପ୍ତାନି କରିଦେଇଛି। ଯାହାର ଫଳାଫଳ ହେଉଛି ଯେ ବର୍ତ୍ତମାନ ଆମ ଲୋକଙ୍କ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଯାହାଦ୍ୱାରା ଆମ ରାଜ୍ୟରେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଇଛି । ” ଶିବକୁମାର କହିଛନ୍ତି ଯେ କଂଗ୍ରେସ ଟୀକାକରଣ ପାଇଁ ଏହାର 100 କୋଟି ଟଙ୍କା ଯୋଜନାରେ ପ୍ରତିଶ୍ରୁତିବଦ୍ଧ। ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ସଂଗ୍ରହ କରିଥିବା ଏହି ପାଣ୍ଠି ଉତ୍ପାଦନକାରୀଙ୍କଠାରୁ ସିଧାସଳଖ ଟିକା କିଣିବା ଏବଂ କର୍ଣ୍ଣାଟକର ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଶିବ କୁମାର କହିଛନ୍ତି ଯେ, “କଂଗ୍ରେସ ପାର୍ଟି ବାରମ୍ବାର ସରକାରଙ୍କୁ ଟୀକାକରଣ ପାଇଁ ଅନୁମତି ମାଗିଛି କିନ୍ତୁ ଆମକୁ ଏପର୍ଯ୍ୟନ୍ତ ଅନୁମତି ଦିଆଯାଇ ନାହିଁ। କଂଗ୍ରେସ ପାର୍ଟି ତରଫରୁ ଆମେ ଆପଣଙ୍କର ସମର୍ଥନ ଆବଶ୍ୟକ କରୁଛୁ।   ଯାହା ଦ୍ବାରା ଆମେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିପାରିବା।” ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୟା କହିଛନ୍ତି ଯେ କୋଭିଡ୍ ମହାମାରୀ ମୁକାବିଲାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଟ୍ବିଟରରେ ସେୟାର କରିଥିବା ଏକ ଭିଡିଓ ବାର୍ତ୍ତାରେ କୁହାଯାଇଛି ଯେ  “ଏହା ଏକ ପ୍ରମାଣିତ ସତ୍ୟ ଯେ ଟୀକାକରଣ ଦ୍ବାରା ଲୋକଙ୍କୁ କୋଭିଡ୍ ରୁ ରକ୍ଷା କରାଯାଇପାରିବ। ” 

Related Posts