ପିଲାଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର: ସକାଳ ୮ଟାରୁ ଦିନ ଗୋଟାଏ ଯାଏଁ ଟିକାକରଣ

ଜାନୁୟାରୀ ପହିଲାରୁ ପିଲାଙ୍କୁ ଦିଆଯିବ ଟିକା | ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ | ଯେଉଁଠି ପିଲାଙ୍କ ପାଇଁ ଟିକାକରଣ କେନ୍ଦ୍ର ଖୋଲାଯିବା ସମ୍ଭବ ନୁହେଁ | ସେ କ୍ଷେତ୍ରରେ ଚାଲୁରହିଥିବା ଅନ୍ୟ ଟିକାକରଣ କେନ୍ଦ୍ରରେ ପିଲାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ ।

ସେଇ କେନ୍ଦ୍ର ଗୁଡିକରେ ପିଲାଙ୍କୁ ସକାଳ ୮ରୁ ଦିନ ଗୋଟାଏ ଯାଏ ଟିକାକରଣ ଚାଲୁରହିବ । ଅପରାହ୍ନରେ ଅନ୍ୟମାନଙ୍କର ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Related Posts