୧୬୪.୯୬ କୋଟି ଅତିକ୍ରମ କଲା ଦେଶରେ ଟୀକାକରଣ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରକାଶ

କରୋନାକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ । ଟୀକାକରଣ ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ସରକାର । ସେପଟେ ଟୀକାକରଣ ୧୬୪ କୋଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ୪୮ଲକ୍ଷ ଟୀକାକରଣ କରାଯାଇଥିଲା । ଏହାପରେ ଟୀକାକରଣ ୧୬୪.୯୬କୋଟି ଅତିକ୍ରମ କରିଛି ।

ଶୁକ୍ରବାର ମୋଟ ୪୮ଲକ୍ଷ ୯୮ହଜାର ୧୪୯ ଟିକା ଦିଆଯାଇଥିବା ବେଳେ ୧୩ଲକ୍ଷ ୫୬ହଜାର ୮୦୯ଜଣ ପ୍ରଥମ ଡୋଜ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ରୁ ୧୮ ବୟସର କିଶୋର ୪ ଲକ୍ଷ ୯୭ ହଜାର ୨୦୯ ଜଣ ଟିକା ଗ୍ରହଣ କରିଛନ୍ତି । ସେହିପରି ୨୯ଲକ୍ଷ ୨୪ହଜାର ୩୬୪ଜଣ ଦ୍ବିତୀୟ ଡୋଜ ନେଇଛନ୍ତି ।ଦେଶରେ ମୋଟ ୧,୬୪,୯୬,୩୨,୨୨୦ କୋରୋନା ଟୀକାକରଣ କରାଯାଇଛି । ଏମାନଙ୍କ ମଧ୍ୟ ୪ କୋଟିରୁ ଊର୍ଦ୍ଧ୍ବ କିଶୋର ରହିଛନ୍ତି । ୭୦ କୋଟିରୁ ଊର୍ଦ୍ଧ୍ବ ଦ୍ବିତୀୟ ଡୋଜ ନେଇଛନ୍ତି ।

Related Posts