କୋରାପୁଟ ଜିଲ୍ଲାର ୧୪ ଟି ଜିଲ୍ଲାପରିଷଦ ଆସନରୁ ୮ଟିରେ ବିଜେଡି ଜିତିଥିବାବେଳେ ୫ଟିରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ମଧ୍ୟରେ କୋରାପୁଟ ଜିଲ୍ଲାର ୧୪ଟା ଜିଲ୍ଲା ପରିଷଦ ଆସନର ଭୋଟ୍ ଗଣତି ପରେ ଫଳାଫଳ ସାମ୍ନାକୁ ଆସିଛି । ୮ଟିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ସେପଟେ ଜିଲ୍ଲାର ୫ଟି ଆସନରେ କଂଗ୍ରେସ ଓ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ତେବେ ବିଜେଡିର ଜୟପୁର ଜୋନ ୭ରୁ ତପତି ପଟ୍ଟନାୟକ, ବୋରିଗୁମ୍ମା ଜୋନ ୨୧ରୁ ପ୍ରସାଦ ବିଡିକା, କୋଟପାଡ ଜୋନ ୩ରୁ ତ୍ରିପତି ଚାଲାଣ, କୁନ୍ଦୁରା ଜୋନ ୧ରୁ ରାଧା ବିନୋଦ ସାମନ୍ତରାୟ, ବୈପାରୀଗୁଡା ଜୋନ ୧୯ରୁ ରାଜେଶ ମହୁରିଆ, ଲମତାପୁଟ ଜୋନ ୨୬ରୁପୁର୍ଣ୍ଣଚନ୍ଦ୍ର ପାଙ୍ଗି, ନନ୍ଦପୁର ଜୋନ ୧୨ରୁ ଅଭିଲାଶୀ ନାୟକ, ପଟ୍ଟାଙ୍ଗି ଜୋନ ୧୫ରୁ ଟିକାଇ ଗେମେଲ ସେହିପରି ସ୍ବାଧୀନ ପ୍ରାର୍ଥୀ ସେମିଳିଗୁଡା ଜୋନ ୨୪ରୁ ଯଶୋଦା ଖିଲ,କଂଗ୍ରେସ କୋରାପୁଟ ଜୋନ ୫ରୁ ରଘୁ ଜାନୀ,ବିଜେଡି ଦଶମନ୍ତପୁର ଜୋନ ୧୦ରୁ ଲଳିତା ଜାନୀ,କଂଗ୍ରେସ ଲକ୍ଷ୍ମୀପୁର ଜୋନ ୨୮ରୁ ହିଙ୍ଗୁ ସାଉଁତା,କଂଗ୍ରେସ ନାରାୟଣପାଟଣା ଜୋନ ୧୪ରୁ ରେମ୍ବୋ ସାରିକା,କଂଗ୍ରେସ ବନ୍ଧୁଗାଁ ଜୋନ ୧୭ରୁ ସସ୍ମିତା ମେଲେକା ଜିତିଛନ୍ତି ।

Related Posts