ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଚାଲିଛି ପୋଷ୍ଟର ୱାର । ଗୌହାଟିରେ ଏକଜୁଟ ହୋଇଥିବା ବାଗୀ ବିଧାୟକଙ୍କୁ ଗଦ୍ଦାର ଭାବେ ପରିବେଷଣ କରାଯାଇ ଏକ ପୋଷ୍ଟର ମରାହୋଇଛି । ବାହୁବଳି ଫିଲ୍ମରେ କଟପ୍ପା ବାହୁବଳୀଙ୍କୁ ହତ୍ୟା କରୁଥିବା ପୋଷ୍ଟର ମରାଯାଇ ବାଗୀ ବିଧାୟକଙ୍କୁ ଗଦ୍ଦାର ଭାବେ ପରିବେଷଣ କରାଯାଇଛି । ଅନ୍ୟପଟେ ମୁମ୍ବାଇରେ ମଧ୍ୟ ପୋଷ୍ଟର ୱାର ଦୃଶ୍ୟ ଦେଖିବାକୁ ମିଳିଛି ।
ସେପଟେ ଏକନାଥ ସିନ୍ଦେଙ୍କ ଗଡ କୁହାଯାଉଥିବା ଠାଣେରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମସ୍ତ ପୋଷ୍ଟର ଉଠାଇ ଦିଆଯାଇଛି । ସେପଟେ ଗୋହ୍ୱାଟି ହୋଟେଲରେ ବୁଲୁଥିବାବେଳେ ଏକନାଥ ସିନ୍ଦେଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
