ଶ୍ରୀଲଙ୍କାରେ ରାଷ୍ଟ୍ରପତି ଭବନ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ନିଜ ଅକ୍ତିଆରକୁ ନେଲେ ପ୍ରଦର୍ଶନକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ରାଷ୍ଟ୍ରପତି ଭବନ ପରେ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟକୁ ନିଜ ଅକ୍ତିଆରକୁ ନେଲେ ପ୍ରଦର୍ଶନକାରୀ । ଶ୍ରୀଲଙ୍କାରେ ସରକାରଙ୍କ ବିରୋଧୀରେ ବିକ୍ଷୋଭ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଦେଶ ଛାଡି ଫେରାର ହୋଇଯାଇଥିବା ଖବର ଆସିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଛି । ଶହ ଶହ ଲୋକ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ରାଷ୍ଟ୍ରପତିଙ୍କ ବାସଭବନ ପରେ ଏବେ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ଓ ସଂସଦ ଭବନକୁ ଅକ୍ତିଆର କରିଛନ୍ତି । ଅନ୍ୟପଟେ କଲୋମ୍ବୋ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଭିତରକୁ ପ୍ରବେଶ କରିଛନ୍ତି ବିକ୍ଷୋଭକାରୀ ।

ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଉପରକୁ ଚଢି ଶ୍ରୀଲଙ୍କାର ଜାତୀୟ ପତାକା ଉଡାଇଛନ୍ତି । ସଂସଦ ଭବନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ କବଜା କରିବାକୁ ଉଗ୍ର ଭିଡ ଯାଉଥିବା ବେଳେ ଅଧ ବାଟରେ ଅଟକାଇଥିଲା ପୁଲିସ । ହେଲେ ସୁରକ୍ଷାକର୍ମୀଙ୍କୁ ଖାତିର କରିନଥିଲେ ଆନ୍ଦୋଳନକାରୀ । ଏପରିକି ଉତ୍ୟକ୍ତ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ୧୦-୧୨ ରାଉଣ୍ଡ ଗୁଳି ଚଳାଇଥିଲା । ହେଲେ ଏହା ବିକ୍ଷୋଭକାରୀଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା । ସମସ୍ତ ସୁର କ୍ଷା ବଳୟକୁ ଭେଦ କରି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ସଂସଦ ଭବନକୁ କବଜା କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts