“୨୦୨୪ ନିର୍ବାଚନରେ ସବୁ ବିରୋଧୀ ଦଳ ଏକାଠି ହୋଇ ବିଜେପିକୁ ଉଚିତ୍ ଶିକ୍ଷା ଦେବୁ”: ନୀତିଶ କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଣିପୁରରେ ଜେଡିୟୁର ୫ଜଣ ବିଜେପିରେ ସାମିଲ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଜେଡିୟୁର ୫ଜଣ ବିଧାୟକଙ୍କୁ ବିଜେପିରେ ସାମିଲ କରାଯିବା କୌଣସି ସାମ୍ବିଧାନିକ କାର୍ଯ୍ୟ ନୁହେଁ। ଦେଶରେ ଏବେ ଏକ ନୂଆ ଧରଣର ରାଜନୀତି ଚାଲିଛି। ଅନ୍ୟ ଦଳକୁ ଭାଙ୍ଗି ସରକାର ଗଠନ କରାଯାଉଛି, ଏହା ସମ୍ପୂର୍ଣ୍ଣ ଭୁଲ। ସେଥିପାଇଁ ୨୦୨୪ ନିର୍ବାଚନରେ ସବୁ ବିରୋଧୀ ଦଳ ଏକାଠି ହୋଇ ବିଜେପିକୁ ଉଚିତ୍ ଶିକ୍ଷା ଦେବୁ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ଦଳୀୟ କର୍ମୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇ କହିଛନ୍ତି ଯେ, ସମସ୍ତ ମତଭେଦ ଭୁଲି ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟ କରନ୍ତୁ। ମୁଁ ୨ଦିନ ପରେ ଦିଲ୍ଲୀ ଯିବି। ସେଠାରେ ବିଭିନ୍ନ ଦଳର ନେତାଙ୍କ ସହ କଥା ହେବି। ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାକୁ ହେବ। ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟ ହେଲେ ସହଜରେ ବିଜେପିକୁ ପରାସ୍ତ କରି ହେବ। ସେଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବା ଜରୁରୀ।

ସୂଚନାଯୋଗ୍ୟ ଯେ, ନୀତୀଶ କୁମାର ସେପ୍ଟେମ୍ବର ୫ ତାରିଖରେ ୩ଦିନ ପାଇଁ ଦିଲ୍ଲୀ ଯିବେ। ଏହି ଗସ୍ତ ସମୟରେ ସେଠାରେ ସେ କଂଗ୍ରେସର ବରିଷ୍ଠ ନେତା ମାନଙ୍କୁ ଭେଟିବେ। ଏହା ସହ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ସେ ଭେଟିବେ ବୋଲି ଜଣାପଡ଼ିଛି।

Related Posts