
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିରୋଧ ପରେ ପଶ୍ଚିମବଙ୍ଗ ର ସେଲଦାହ ମେଟ୍ରୋ ଷ୍ଟେସନ ର ଉଦ୍ଘାଟନ କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ନିମନ୍ତ୍ରଣ ମିଳିଛି। ହେଲେ ନିମନ୍ତ୍ରଣ କରିବାର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି ତୃଣମୂଳ କଂଗ୍ରେସ। ଦଳ ତରଫ ରୁ କୁହା ଯାଇଛି ଗତକାଲି ବିରୋଧ ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ରେ ନିମନ୍ତ୍ରଣ ପତ୍ର ଦିଆଯାଇଛି। ତେବେ ଉଦ୍ଘାଟନ ର ଗୋଟିଏ ଦିନ ପୂର୍ବରୁ ଏଭଳି ନିମନ୍ତ୍ରଣ କରିବା କୁ ନାପସନ୍ଦ କରିଛି ଦଳ । ଦଳ ପ୍ରଶ୍ନ କରିଛି ଯେ ଏହା କଣ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ କରିବାର ଠିକ୍ ପ୍ରକ୍ରିୟା କି ?
ସୂଚନା ଅନୁସାରେ ପଶ୍ଚିମବଙ୍ଗ ର ସେଲଦାହ ମେଟ୍ରୋ ଷ୍ଟେସନ ର ଉଦ୍ଘାଟନ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମୁଖ୍ୟ ଅତିଥି ଥିଲେ ମାତ୍ର ଏହି ଉତ୍ସବ କୁ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ କରା ଯାଇନଥିବା ଗତକାଲି ଅଭିଯୋଗ କରିଥିଲା ତୃଣମୂଳ କଂଗ୍ରେସ। ଦଳ ପକ୍ଷରୁ କୁହା ଯାଇଥିଲା ଯେ ଏହି ପ୍ରକଳ୍ପ ପାଇଁ ମମତା କେନ୍ଦ୍ର ରେ ରେଳମନ୍ତ୍ରୀ ଥିବା ବେଳେ ୨ଲକ୍ଷ୍ୟ କୋଟି ଟଙ୍କା ଅନୁମୋଦନ କରିଥିଲେ। ହେଲେ ତାଙ୍କୁ ଏହି ଉତ୍ସବ କୁ ଡକା ନଯିବା ଦୁର୍ଭାଗ୍ୟଜନକ। ତେବେ ଦଳ ଏନେଇ ଆଜି ଉଦ୍ଘାଟନ ଉତ୍ସବ ବାହାରେ ଧାରଣା ଦେବାକୁ ପ୍ରସ୍ତୁତି କରୁଥିଲା। ସେପଟେ ଗତ ରାତିରେ ମମତା ଙ୍କୁ ନିମନ୍ତ୍ରଣ ମିଳିଥିଲା ହେଲେ ନିମନ୍ତ୍ରଣ କରିବାର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି ଦଳ।