ପୂର୍ବ ସରକାରରେ ବିଜେପି ଶିବସେନାକୁ ଗୁଲାମ ଭଳି ବ୍ୟବହାର କରିଥିଲା: ସଞ୍ଜୟ ରାଉତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ପୂର୍ବତନ ସହଯୋଗୀ ଶିବସେନା ଆଜି ବିଜେପି ଉପରେ ଗମ୍ଭୀର ଆରୋପ ଲଗାଇଛି। ଶିବସେନା ସାଂସଦ ସଞ୍ଜୟ ରାଉତ ଏକ ସଭାରେ କହିଛନ୍ତି ଯେ , ପୂର୍ବ ସରକାରରେ ଯେତେବେଳ ବିଜେପି ଓ ସେନା ଗଠବନ୍ଧନରେ ସରକାର ଚଲାଉଥିଲେ ସେ ସମୟରେ ଶିବସେନାକୁ ବିଜେପି “ଗୁଲାମ” ଭାବରେ ବ୍ୟବହାର କରୁଥିଲା । ଏବଂ 2014 ରୁ 2019 ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ବିଜେପି ସହିତ କ୍ଷମତାରେ ଥିବାବେଳେ ଶିବସେନାକୁ ରାଜନୈତିକ ସ୍ତରରେ ଦୁର୍ବଳ କରିବାକୁ ଭାରତୀୟ ଜନତା ପାର୍ଟି ଚେଷ୍ଟା ଚଲାଇଥିଲା ବୋଲି ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି। ଶନିବାର ଉତ୍ତର ମହାରାଷ୍ଟ୍ରର ଜାଲଗାଓଁରେ ଶିବସେନା କର୍ମୀଙ୍କୁ ସମ୍ବୋଧିତ କରି ରାଉତ କହିଛନ୍ତି, ପୂର୍ବ ସରକାରରେ ବିଜେପି କ୍ଷମତାର ଅପବ୍ୟବହାର କରି ଶିବସେନାକୁ ଶେଷ କରିବାକୁ ଚେଷ୍ଟା କରିଥିଲା। ତେବେ ଗତ କିଛିଦିନ ତଳେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକାନ୍ତରେ ଭେଟିବା ପରେ ରାଉତଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ପଦ କୁ ନେଇ ୨୦୧୯ ମସିହାରେ ଶିବସେନା-ବିଜେପି ଗଠବନ୍ଧନ ଭାଙ୍ଗି ଯାଇଥିଲା। ଏନସିପି ଏବଂ କଂଗ୍ରେସ ସହ ମିଶି ଶିବସେନା ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର ଗଠନ କରିଥିଲା । ରାଉତ କହିଛନ୍ତି ଯେ ସେ ସର୍ବଦା ଭାବୁଥିଲେ ଯେ ମହାରାଷ୍ଟ୍ରରେ ଶିବସେନାର ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ । ସେ କହିଛନ୍ତି, “ଯଦିଓ ଶିବସୈନିକ ମାନଙ୍କୁ ସେତେଟା କିଛି ମିଳି ନାହିଁ ତଥାପି ବି , ଆମେ ଗର୍ବର ସହିତ କହିପାରିବା ଯେ ରାଜ୍ୟର ନେତୃତ୍ୱ ବର୍ତ୍ତମାନ ଶିବସେନାଙ୍କ ହାତରେ ଅଛି। ଏହି ଭାବନା ସହିତ (ନଭେମ୍ବର 2019 ରେ) ମହା ବିକାଶ ଅଘାଡି (MVA) ସରକାର ଗଠନ କରାଯାଇଥିଲା।”

Related Posts