ଡ୍ରେନ୍ ସଫା ନହେବାରୁ ଅଳି ଆବର୍ଜନା ପାଣିରେ ଠିକାଦାରକୁ ବସାଇଲେ ଶିବସେନା ବିଧାୟକ , ଭିଡିଓ ଭାଇରାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କାମରେ ଅବହେଳା କରିଥିବାରୁ ଠିକାଦାରଙ୍କୁ ଜନତାଙ୍କ ଆଗରେ ଦଣ୍ଡ ଦେଲେ ଶିବସେନା ବିଧାୟକ । ବିଧାୟକ ଦିଲ୍ଲୀପଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଦେଖିଯାଉଛି ଯେ ନାଳ ସଫା ହୋଇ ନଥିବାରୁ ଠିକାଦାରଙ୍କ ଉପରକୁ ଅଳିଆ ଆବର୍ଜନା ଫୋପାଡୁଛନ୍ତି। ଘଟଣା ହେଉଛି ମହାରାଷ୍ଟ୍ରର ଚାନ୍ଦବାଲି ଅଞ୍ଚଳର । ମୌସୁମୀ ବର୍ଷା ହେତୁ ଡ୍ରେନ୍ ର ମଇଳା ପାଣି ସ୍ଥାନୀୟ ଲୋକଙ୍କ ଘର ଭିତରକୁ ଯାଉଥିଲା। ନାଳ ସଫା ହେଉନଥିବା ନେଇ ଲୋକେ ଅଭିଯୋଗ କରିଥିଲେ । ଏହା ଜାଣିବା ପରେ ନର୍ଥ ମୁମ୍ବାଇର କାନ୍ଦବାଲୀ ନିର୍ବାଚନମଣ୍ଡଳୀର ବିଧାୟକ ଦିଲୀପ ଲାଣ୍ଡେ ଘଟଣାସ୍ଥଳରେ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ସହ ପହଞ୍ଚିଥିଲେ ଓ ଠିକାଦାରଙ୍କୁ ଡାକି ଅଳିଆ ଆବର୍ଜନା ଉପରେ ବସିବାକୁ କହୁଥିବା ଭିଡିଓରେ ନଜର ଆସୁଛି। ଏହା ସହ ସେଠାରେ ଥିବା ଲୋକଙ୍କୁ ଠିକାଦାରଙ୍କ ଉପରେ ମଇଳା ପକାଇବାକୁ କହୁଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ହେବ ମୁମ୍ବାଇରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି। ଏବଂ ଡ୍ରେନ୍ ସଫା ହୋଇନଥିବାରୁ ମଇଳା ପାଣି ଲୋକଙ୍କ ଘର ଭିତରକୁ ପ୍ରବେଶ କରିଥିଲା। ଏହା ପରେ ବିଧାୟକ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଡାକି ଡ୍ରେନ୍ ସଫା କରିଥିଲେ। ଏବଂ ଠିକାଦାର ତାହାର କାମ କରିନଥିବାରୁ ତାଙ୍କୁ ଘଟଣସ୍ଥଳକୁ ଡାକି ଦଣ୍ଡ ଦେଇଥିଲେ। ତେବେ ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଧାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଠକାଦାର ନିଜର କାମ କରିନାହାନ୍ତି, ତେଣୁ ତାଙ୍କୁ ଏପରି ଦଣ୍ଡ ଦିଆଗଲା । ଠିକାଦାରର କାମ ମଇଳା ସଫା କରିବା, ହେଲେ ସେ ସଫେଇ ନକରେଇବାରୁ କାର୍ଯ୍ୟକର୍ତ୍ତାଙ୍କୁ ଧରି ମୋତେ ନାଳ ସଫା କରିବାକୁ ପଡ଼ିଲା । ଯେହେତୁ ଲୋକମାନେ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି ତେଣୁ ମୋତେ ଏ କାମ କରିବାକୁ ପଡିଲା। ଉଲ୍ଲେଖଯୋଗ୍ୟ, ଶିବସେନା ଗତ ୨୫ ବର୍ଷ ଧରି ବିଏମସିକୁ ନିୟନ୍ତ୍ରଣ କରିଆସୁଛି।

Related Posts