ୟୁପି ବିଧାନପରିଷଦରେ ସପା ହାତରୁ ଗଲା ବିରୋଧୀ ଦଳ ନେତା ପଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଉତ୍ତରପ୍ରଦେଶ ବିଧାନପରିଷଦ ରେ ସମାଜବାଦୀ ପାର୍ଟି ବିରୋଧୀ ଦଳ ନେତା ପଦ ହରାଇଛି। ୧୦୦ ସଦସ୍ୟ ବିଶିଷ୍ଟ ବିଧାନପରିଷଦ ରେ ସପା ର ସଦସ୍ୟ ସଂଖ୍ୟା ୯ କୁ ଖସି ଆସିଛି। ବିଧାନ ପରିଷଦ ରେ ବିରୋଧୀ ଦଳ ପଦ ପାଇବା ପାଇଁ କୌଣସି ଦଳ କୁ ୧୦ ସଦସ୍ୟ ଦରକାର ସପା ପାଖରେ ପୂର୍ବରୁ ୧୧ ସଦସ୍ୟ ଥିଲେ ମାତ୍ର ଗତ ବିଧାନ ପରିଷଦ ନିର୍ବାଚନ ପରେ ଏହି ସଂଖ୍ୟା ୯ କୁ ଖସି ଆସିଛି ।

ଏହା ପରେ ଦଳ ବିରୋଧୀ ଦଳ ନେତା ପଦ ହରାଇଥିବା ଜଣା ପଡ଼ିଛି। ଏହା ପରେ ବିରୋଧୀ ଦଳ ନେତା ପଦ ରେ ଥିବା ସପା ର ଲାଲ ବିହାରୀ ଯାଦବ ଙ୍କ ଠାରୁ ଏହି ପଦ ଚାଲି ଯାଇଛି। ସୂଚନା ଅନୁସାରେ ଗତ ବିଧାନ ପରିଷଦ ନିର୍ବାଚନ ପରେ ଶାସକ ବିଜେପି ର ସଦସ୍ୟ ସଂଖ୍ୟା ୭୨ ରେ ପହଞ୍ଚିଛି। ବିଜେପି ଗୃହ ରେ ସବୁଠାରୁ ବଡ ଦଳ ର ମାନ୍ୟତା ବଜାଇ ରଖିଛି।

Related Posts