ବିଧାନସଭାର ସଦସ୍ୟ ରୂପେ ଶପଥ ନନେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ନିକଟ ରେ ବର୍ଡାୱାଲି ନିର୍ବାଚନ ମଣ୍ଡଳୀ ରୁ ଉପନିର୍ବାଚନ ରେ ବିଜୟୀ ହୋଇଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଆଜି ବିଧାନସଭା ର ସଦସ୍ୟ ଭାବେ ଶପଥ ନେଇଛନ୍ତି। ବିଧାନସଭା ର ବାଚସ୍ପତି ରତନ ଚକ୍ରବର୍ତ୍ତୀ ତାଙ୍କୁ ଶପଥ ପାଠ କରାଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ଓ ପ୍ରଧାନ ମନ୍ତ୍ରୀ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। କିଛି ଦିନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଙ୍କ ଜଗା ରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ ମାଣିକ।

ହେଲେ ସେ ସମୟରେ ସେ ବିଧାନ ସଭାର ସଦସ୍ୟ ନଥିଲେ। ସମ୍ବିଧାନ ର ଧାରା ୧୬୪ (ଘ) ଅନୁସାରେ ଗୃହ ର ସଦସ୍ୟ ନଥିବା କେହି ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଲେ ତାଙ୍କୁ ପାରେ ଗୃହ କୁ ନିର୍ବାଚିତ ହୋଇ ଆସିବାକୁ ପଡ଼େ । ଏହି କ୍ରମ ରେ ବିଧାନସଭା ର ସଦସ୍ୟ ନଥିବା ଶାହା ଉପନିର୍ବାଚନ ଜିତି ଗୃହ ର ସଦସ୍ୟ ରୂପେ ଶପଥ ନେଇଛନ୍ତି।

Related Posts