ୟୁପିରେ ଲକ୍ଷେରୁ ଅଧିକ ଭୋଟରେ ଜିତିଲେ ଯୋଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଲକ୍ଷେରୁ ଅଧିକ ଭୋଟରେ ଜିତିଲେ ଯୋଗୀ । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ୟୁପିରେ ୨୭୩ଟି ଆସନରେ ବିଜେପି ଆଗରେ ରହିଛି । ଅନ୍ୟପଟେ ସମାଜବାଦୀ ପାର୍ଟି କେବଳ ୧୨୩ଟି ଆସନରେ ସୀମିତ ରହିଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଐତିହାସିକ ବିଜୟ ହାସଲ କରିଛନ୍ତି । ତେବେ ଏଥର ୧,୦୨,୩୯୯ ଭୋଟ ବ୍ୟବଧାନରେ ଯୋଗୀ ବିଜୟୀ ହୋଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଏହା ଚର୍ଚ୍ଚାରେ ବିଷୟ ପାଲଟିଛି ।

Related Posts