ଦୀପାବଳିରେ ଅଘଟଣ: ଗୋପବନ୍ଧୁଙ୍କ ଷଠି ଘରେ ଲାଗିଲା ନିଆଁ

ପୁରୀ: ଗୋପବନ୍ଧୁଙ୍କ ଘରେ ଲାଗିଲା ନିଆଁ । ଗୋପବନ୍ଧୁଙ୍କ ଜନ୍ମଭୂମିରେ ଥିବା ଘରେ ନିଆଁ ଲାଗିଛି । ଖବର ଅନୁସାରେ ପୁରୀ ଜିଲ୍ଲା ସତ୍ୟବାଦି ବ୍ଲକରେ ଥିବା ସୁଆଣ୍ଡୋ ଗାଁରେ ଏହି ଅଗ୍ନିକାଣ୍ଡ ହୋଇଛି।

ଦୀପାବଳିରେ ବାଣ ଫୁଟାଇବା ବେଳେ ନିଆଁ ଝୁଲ ପଡ଼ି ଏପରି ଅଘଟଣ ହୋଇଥିବା କୁହାଯାଇଛି। ଏହି ଅଗ୍ନିକାଣ୍ଡରେ ଗୋପବନ୍ଧୁଙ୍କ ଷଠି ଘରର କିଛି ଅଂଶ ସମ୍ପର୍ଣ୍ଣ ପୋଡ଼ିଯାଇଛି।

ଅନ୍ୟପଟେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା କୁହାଯାଇଛି। ଏଥିରେ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

Related Posts