ମୋବାଇଲ୍‌ରେ ଗେମ୍ ଖେଳୁଥିବା ବେଳେ ଅଘଟଣ: ଫାଟିଗଲା ଫୋନ୍, ଯୁବକ ଗୁରୁତର

ଖଲ୍ଲିକୋଟ: ମୋବାଇଲ୍‌ରେ ଗେମ୍ ଖେଳିବା ବେଳେ ଘଟିଲା ଅଘଟଣ । ହଟାତ୍ ହାତରେ ଫାଟିଗଲା ଫୋନ୍ । ଫଳରେ ଗେମ୍ ଖେଳୁଥିବା ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।

ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମରେ ଏଭଳି ଘଟଣା ଏହି ଅଭାବନୀୟ ଘଟଣା । ଯୁବକଙ୍କ ହାତରେ ଆଘାତ ଲାଗିଛି ।

ସୂଚନାନୁଯାୟୀ, ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମର ରଞ୍ଜନ ସାହୁ ନାମକ ଜଣେ ଯୁବକ ଆଜି ମୋବାଇଲ୍‌ରେ ଗେମ୍ ଖେଳୁଥିବା ବେଳେ ହଠାତ୍ ମୋବାଇଲ୍‌ଟି ଫାଟି ଯାଇଥିଲା। ଫଳରେ ରଞ୍ଜନ ମୋବାଇଲ୍‌ଟିକୁ ଫିଙ୍ଗିଦେଇଥିଲେ। ତେବେ ମୋବାଇଲ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ରଞ୍ଜନଙ୍କ ହାତରେ ଆଘାତ ଲାଗିଛି। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ରେ ଭର୍ତି କରାଯାଇଛି ।

Related Posts