ବଢିଲା MSP; ଧାନ ଦର କୁଇଣ୍ଟାଲ ପିଛା ୨୧୮୩ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର୍ ବାଜିଛି । କ୍ୟାବିନେଟ ନିଷ୍ପତ୍ତି ପରେ ଧାନ କ୍ବିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି ପାଇଛି । ସେହିପରି ସୂର୍ଯ୍ୟମୁଖୀ କ୍ବିଣ୍ଟାଲ ପିଛା ୩୬୦ ଟଙ୍କା ଏବଂ ମଧ୍ୟମ ଧରଣ କପା ଉପରେ କ୍ବିଣ୍ଟାଲ ପିଛା ୫୪୦ ଟଙ୍କା ଏବଂ ଲଙ୍ଗ୍ କଟନ ଉପରେ ୬୪୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ପ୍ରସ୍ତାବ ଉପରେ ମୋହର ବାଜିଛି । ଏହା ଭିତରୁ ଧାନର ସହାୟକ ମୂଲ୍ୟ ବୃଦ୍ଧି ଅନ୍ୟତମ ରହିଛି । ୨୦୨୨-୨୩ ପାଇଁ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି।

୨୦୨୧-୨୨ରେ ଧାନର ସର୍ବନିମ୍ନ ସହାୟତ ମୂଲ୍ୟ ୨୦୪୦ଟଙ୍କା ରହିଥିଲା । ଏହାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଧାନ କ୍ବିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରିବା ପରେ ଏହା ୨,୧୮୩ ଟଙ୍କାରେ ପହଞ୍ଚିଛି । ସେହିପରି ସେହିପରି ଗ୍ରେଡ୍-A ଧାନ ୨୦୬୦ ଟଙ୍କାରୁ ବୃଦ୍ଧି ପାଇ ୨୨୦୩ଟଙ୍କାରେ ପହଞ୍ଚିଛି ।ସୂର୍ଯ୍ୟମୁଖୀର ଏମଏସପି ମଧ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସୂର୍ଯ୍ୟମୁଖୀର କ୍ବିଣ୍ଟାଲ ପିଛା ୩୬୦ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ କ୍ବିଣ୍ଟାଲ ପିଛା ୬, ୪୦୦ ଟଙ୍କା ରହିଥିଲା । କ୍ୟାବିନେଟ୍ ମୋହର ବାଜିବା ପରେ ସୂର୍ଯ୍ୟମୁଖୀର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୬,୭୬୦ଟଙ୍କାରେ ପହଞ୍ଚିଛି । ସେହିପରି ମଧ୍ୟମ ଧରଣ କପାର ସର୍ବନିମ୍ନ ସହାୟକ ମୂଲ୍ୟ ୬,୦୮୦ ଟଙ୍କାରୁ ବୃଦ୍ଧି ପାଇ ୬,୬୨୦ ଟଙ୍କାରେ ପହଞ୍ଚିଛି । ଲଙ୍ଗ ସ୍ପାପଲ କପାର ଏମଏସପି ୬,୩୮୦ ଟଙ୍କାରୁ ୭, ୦୨୦ ଟଙ୍କାରେ ପହଞ୍ଚିଛି ।

ସେହିପରି ମୁଗ କୁଇଣ୍ଟାଲ ପିଛା ୮୫୫୮ ଟଙ୍କା, ବିରି ୬୯୫୦ ଟଙ୍କା, ବାଦାମ ୬୩୭୭ ଟଙ୍କା, ହରଡ଼ ଡ଼ାଲି ୭୦୦ ଟଙ୍କାକୁ ବୃଦ୍ଧି ହୋଇଛି। ଶସ୍ୟ ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହନ ଓ ଅମଳ ବୃଦ୍ଧି ପାଇଁ ଏମଏସପି ବୃଦ୍ଧି କରାଯାଇଥିବା ନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି।

Related Posts