ଗିରଫ ହେଲେ କୋଟିପତି ଆସିଷ୍ଟାଣ୍ଟ ଇଞ୍ଜିନିୟର; ଆୟଠାରୁ ୩୩୩ ପ୍ରତିଶତ ଅଧିକ ସଂପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ରୁରାଲ୍ ୱାର୍କ୍ସ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ସଞ୍ଜୟ କୁମାର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କର ଜବତ ଆୟବହିର୍ଭୂତ ସଂପତ୍ତିର ପରିମାଣ ଆୟର ୩୩୩ ପ୍ରତିଶତ ବୋଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସଂପତ୍ତି ଭିତରେ ୨ଟି ୨ ମହଲା ବିଶିଷ୍ଟ କୋଠା, ୨ଟି ପ୍ଲଟ୍ , ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଇନସ୍ୟୁରାନ୍ସରେ ଥିବା ୧ କୋଟି ୬୭ ଲକ୍ଷ ଟଙ୍କା ଠାବ କରାଯାଇଛି।ସେହିପରି ଡାକ୍ତରୀ ଚିକିତ୍ସା ଓ ଶିକ୍ଷା ଆଦି କ୍ଷେତ୍ରରେ ୮୧ ଲକ୍ଷ ୮୦ ହଜାର ଟଙ୍କା ବିନିଯୋଗ କରାଯାଇଛି। ଗତକାଲି ସଞ୍ଜୟଙ୍କ ଘର,ଅଫିସରେ ରେଡ୍ କରିଥିଲା ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ସଞ୍ଜୟ ବେହେରାଙ୍କର ସୁନ୍ଦରଗଡ଼ ଓ ଭଦ୍ରକର ୭ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ସଞ୍ଜୟ ବେହେରା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭଦ୍ରକ ସହରର ଜଗନ୍ନାଥପୁରରେ ଏକ ଦୁଇ ମହଲା କୋଠା ରହିଛି। ସେହିପରି ଭଦ୍ରକ ଜିଲ୍ଲା ବନ୍ତରେ ତାଙ୍କର ଗୋଟିଏ ଘର ରହିଛି ଯାହା ଏକ ମହଲା ବିଶିଷ୍ଟ । ତାଙ୍କର ଭଦ୍ରକ ଓ ଯାଜପୁରରେ ୨ଟି ପ୍ଲଟ ଅଛି। ଭଦ୍ରକ ସହରର ଜଗନ୍ନାଥପୁରରେ ଗୋଟିଏ ପ୍ଳଟ ଥିବା ବେଳେ ଯାଜପୁରର ଚନ୍ଦମା ମୌଜାରେ ଆଉ ଗୋଟିଏ ପ୍ଳଟ ଅଛି।

Related Posts