ଭାରତ ବାୟୋଟେକ ଅନ୍ତୀମ ପରୀକ୍ଷଣ ରେଜଲ୍ଟ : କରୋନା ବିରୋଧରେ ୭୭.୮ ପ୍ରତିଶତ ପ୍ରଭାବୀ ସ୍ବଦେଶୀ ଟିକା କୋଭାକ୍ସିନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଭାରତର ସ୍ୱଦେଶୀ ଟିକା ନିର୍ମାତା କଂପାନୀ ଭାରତ ବାୟୋଟେକ୍ କୋଭାକ୍ସିନର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ଏବେ ଭାରତ ବାୟୋଟେକ୍ ପକ୍ଷରୁ ଏହାର ରେଜଲ୍ଟ ପ୍ରକାଶ କରାଯାଇଛି । ବାୟୋଟେକ କହିଛି ଯେ କୋଭାକ୍ସିନ ଟିକା ପାଇଁ ଶେଷ ପର୍ଯ୍ୟାୟ ତଥ୍ୟ ବିଶ୍ଳେଷଣ କରିଛି । କରୋନା ଭାଇରସ ବିରୋଧରେ ସ୍ୱଦେଶୀ ଟିକା ୭୭.୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି । ଉଲ୍ଲେଖନୀୟ କଥା ହେଉଛି କୋଭାକ୍ସିନ ଟିକା ଡେଲଟା ଭାରିଏଣ୍ଟ ରୋଗୀଙ୍କ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ବୋଲି ସ୍ପଷ୍ଟ ହୋଇଛି। ଗୁରୁତର ଲକ୍ଷଣ ଦେଖାଯାଉଥିବା କୋଭିଡ୍ -19 ରୋଗୀଙ୍କ ବିରୁଦ୍ଧରେ କୋଭାକ୍ସିନ୍ ଟିକା ୯୩.୪ ପ୍ରତିଶତ ପ୍ରଭାବଶାଳୀ ବୋଲି ଏହି ପରୀକ୍ଷଣରୁ ଜଣାପଡିଛି । ଅନ୍ୟ ପକ୍ଷରେ କୋଭାକ୍ସିନ୍ B.1.617.2 (ଡେଲଟା) ଷ୍ଟ୍ରେନ୍ ବିରୁଦ୍ଧରେ ୬୫.୨% ପ୍ରଭାବଶାଳୀ ବୋଲି ଜଣାପଡିଛି । ପ୍ରି-ପ୍ରିଣ୍ଟ ତଥ୍ୟକୁ ଦର୍ଶାଇ ଭାରତ ବାୟୋଟେକ୍ କହିଛନ୍ତି ଯେ ଲକ୍ଷଣଗତ କରୋନା ରୋଗୀଙ୍କ ବିରୋଧରେ ଏହାର କୋଭାକ୍ସିନ୍ ୭୭.୮ ପ୍ରତିଶତ ପ୍ରଭାବଶାଳୀ ଅଟେ । ଶେଷ ପର୍ଯ୍ୟାୟ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ଭାରତ ବାୟୋଟେକ୍ କହିଛି ଯେ କରୋନା ରୋଗୀଙ୍କ ବିରୋଧରେ କୋଭାକ୍ସିନ ୬୩.୬ % ପ୍ରଭାବଶାଳୀ ଅଟେ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତର ୨୫ଟି ଡାକ୍ତରଖାନାରେ ଏହାର ଟ୍ରାଏଲ୍ କରାଯାଇଥିଲା । ଏଥିରେ ୧୮ ରୁ ୯୮ ବର୍ଷ ବୟସର ୨୫୮୦୦ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି।

Related Posts