ଆମେରିକାର ଚାପକୁ ଖାତିର ନ କରି ରୁଷ ଠାରୁ ଶସ୍ତାରେ ତେଲ କିଣୁଛି ଭାରତ: ଇମ୍ରାନ ଖାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଉପରେ ଉତ୍ପାଦନ ଶୁକ୍ଳ ହ୍ରାସ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । ସେପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏନେଇ ମୋଦିଙ୍କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଭାରତକୁ ଦିନେ ସମାଲୋଚନା କରୁଥିଲେ ଏବେ ଗାଦି ଯିବା ପରେ ଇମ୍ରାନ୍ ସେହି ଭାରତକୁ ପ୍ରଶଂସାରେ ପୋତି ପକାଉଛନ୍ତି। ତେବେ ରିହାତି ମୂଲ୍ୟରେ ରୁଷ ଠାରୁ ତେଲ କିଣିବା ପାଇଁ ଭାରତର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ ଆମେରିକାର ଚାପ ସତ୍ତ୍ୱେ ଜନସାଧାରଣଙ୍କୁ ଆରାମ ଯୋଗାଇବା ପାଇଁ ଭାରତ ରିହାତି ରୁଷିଆ ତେଲ କିଣିଛି। ଆମ ସରକାର ବି ସ୍ୱାଧୀନ ବୈଦେଶିକ ନୀତି ଆପଣାଇ ଏପରି କରିବାକୁ ଚାହୁଁଥିଲ ବୋଲି କହିଛନ୍ତି । ଏହା ସହ ସେ ପାକିସ୍ତାନ ସରକାରଙ୍କୁଟାର୍ଗେଟ୍ କରିଛନ୍ତି। ସେ ପାକିସ୍ତାନ ମୁସଲିଗ ଲିଗ୍‌(ଏନ୍‌) ସରକାରଙ୍କୁ ‘ମୁଣ୍ଡବିହୀନ କୁକୁଡ଼ା ପରି ଅର୍ଥନୀତି’ ପାଇଁ ନିନ୍ଦା କରିଛନ୍ତି। ଅର୍ଥନୀତିକୁ ବିଶୃଙ୍ଖଳିତ କରି ଭୀତତ୍ରସ୍ତ ଓ ନିର୍ବିଚାର ଭାବେ ଅଯଥା କାର‌୍ୟ୍ୟରେ ମାତିଥିବା କହିଛନ୍ତି ଇମ୍ରାନ ଖାନ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts