ନିଟ୍ ପିଜି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ୨୦ରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଟ୍ ପିଜି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ପରୀକ୍ଷାର୍ଥୀ । ତେବେ ନିଟ୍ ପିଜି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ୨୦ରୁ ଅଧିକ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ପାଖରେ ଥିବା ଆଧାର କାର୍ଡକୁ ନେଇ ଯାଞ୍ଚ ଅଧିକାରୀ ଓ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହାକୁ ନେଇ ପରୀକ୍ଷା କେନ୍ଦ୍ରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ହେଲେ ଶେଷରେ ପରୀକ୍ଷାର୍ଥୀଙ୍କୁ ନିରାଶ ହେବାକୁ ପଡ଼ିଛି। ସେପଟେ ଶନିବାର ଦିନ ନିଟ୍ ପିଜି -୨୦୨୨ର ପ୍ରବେଶିକା ପରୀକ୍ଷା ଥିଲା। ମଞ୍ଚେଶ୍ବର ଅଞ୍ଚଳର ଏକ କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କୁ ଯାଞ୍ଚ ସମୟରେ ସେମାନଙ୍କ ନିକଟରେ ଥିବା ଆଧାର କାର୍ଡ(ଏଟିଏମ୍ କାର୍ଡ ସଦୃଶ୍ୟ)କୁ ଯାଞ୍ଚ କରୁଥିବା ଅଧିକାରୀ ଗ୍ରହଣ କରି ନ ଥିଲେ।

ଏହି କାର୍ଡ ଜରିଆରେ ପରୀକ୍ଷାର୍ଥୀ ଅନ୍ୟ ସବୁ ସ୍ଥାନରେ ପରୀକ୍ଷା ଦେଉଥିବା ବେଳେ ଏଠାରେ କାହିଁକି ବାରଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ପରୀକ୍ଷାର୍ଥୀ। ମାତ୍ର ଯାଞ୍ଚ ଅଧିକାରୀ ଏହାକୁ ଶୁଣି ନ ଥିଲେ। ସେମାନଙ୍କୁ ଇ-ଆଧାରର ଏକ ପ୍ରିଣ୍ଟ ଆଉଟ୍ ଆଣିବା ଲାଗି କହିଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡ଼ିଥିଲେ। ଏହାସତ୍ତ୍ବେ ସେମାନେ ସକାଳ ୮ଟା ୪୫ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରିଣ୍ଟ ଆଉଟ ସହ ପହଞ୍ଚିଥିଲେ ହେଁ ସେମାନଙ୍କୁ ବିଭିନ୍ନ ବାହାନା କରି ପରୀକ୍ଷାରେ ବସିବା ଲାଗି ଅନୁମତି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts