ସେପ୍ଟେମ୍ବର ସୁଦ୍ଧା ଭାରତରେ କୋଇଲାର ସଙ୍କଟ ଦେଖାଦେଇପାରେ !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସେପ୍ଟେମ୍ବର ସୁଦ୍ଧା ଭାରତରେ କୋଇଲାର ସଙ୍କଟ ଦେଖାଦେଇପାରେ ! ଭାରତର ଶକ୍ତି କ୍ଷେତ୍ରରେ କୋଇଲାର ପରିମାଣ ହ୍ରାସ ଯୋଗୁ ବିଜୁଳି ଉତ୍ପାଦନରେ ସମସ୍ୟା ଦେଖାଦେଇଛି । ଏନେଇ ବ୍ୟାପକ ପରିମାଣରେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହୋଇଛି । ଆଶା କରାଯାଉଛି ଦେଶରେ ୨୦୨୩ ମାର୍ଚ୍ଚ ଯାଏ କୋଇଲାର ଆବ୍ୟକତା ୭୮୪.୬ ମିଲିୟନ ଟନ ରହିବ । ଯାହା ପୂର୍ବଠାରୁ ୩.୩ ପ୍ରତିଶତ ଅଧିକ । ରୟଟର୍ସ ପାୱାର ମିନିଷ୍ଟ୍ରି ଅନୁମାନ କରିଛି ଯେ ଏହିଭଳି ସ୍ଥିତି ଜାରିରହିବ । ଏଭଳିସ୍ଥିତିରେ ଦଶରେ ବିଜୁଳି ସଙ୍କଟ ଦେଖାଦେବ ।

ଆଉ ଗୋଟିଏ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତରେ ସେପ୍ଟେମ୍ବରରେ ସ୍ଥାନୀୟ କୋଇଲା ସପ୍ଲାଇର ଆବଶ୍ୟକତା ୪୨.୫ ମିଲିୟନ ଟନ କମ ରହିବା ନେଇ ଅନୁମାନ କରାଯାଉଛି । ବିଜୁଳିର ଅଧିକ ଆବଶ୍ୟକତା, କିଛି ଖାଦାନରେ କମ ଉତ୍ପାଦନ କାରଣରୁ ପୂର୍ବ ଅନୁମାନରୁ ଏହା ୧୫ ପ୍ରତିଶତ ଅଧିକ ରହିଛି । ଏହି ଭୟଙ୍କର ସ୍ଥିତି କୋଇଲାର ଅଭାବ ପାଇଁ ଦେଶରେ ଦେଖାଦେଇଛି । ଚଳିତ ଥର ଅନ୍ୟବର୍ଷ ତୁଳନାରେ ଦେଶରେ ବିଜୁଳୀର ଆବଶ୍ୟକତା ବଢିଛି । ୩୮ ବର୍ଷରେ ପ୍ରଥମ ଥର ଏଭଳି ସମସ୍ୟା ଉପୁଜିଛି । ଋଷ-ୟୁକ୍ରେନ ସଙ୍କଟ ଭିତରେ ସପ୍ଲାଇରେ ଅଭାବ ଆସିଥିଲା । ସେପଟେ କୋଇଲାର ଦର ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଛି । ଭାରତରେ ନିକଟରେ କୋଇଲାର ଆମଦାନୀ ବଢାଇବା ପାଇଁ କୁହାଯାଇଥିଲା । ସରକାର ବିଜୁଳି ପ୍ଲାଣ୍ଟଗୁଡିକୁ କୋଇଲା ଆମଦାନୀ ନକରିବା ଉପରେ ଘରୋଇ କୋଇଲା ସପ୍ଲାଇରେ କାଣ୍ଟଛାଣ୍ଟ କରିବାକୁ ଚେତାବନୀ ଦେଇଥିଲେ ।

Related Posts