ସୁକିନ୍ଦାର ପୂର୍ବତନ ହସିଲଦାରଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁକିନ୍ଦାର ପୂର୍ବତନ ହସିଲଦାରଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଯାଜପୁର ଜିଲ୍ଲା ସୁକିନ୍ଦାର ପୂର୍ବତନ ତହସିଲଦାର କାବେରୀ ମୁଦୁଲିଙ୍କ ନାମରେ ମାମଲା ରୁଜୁ କରିବାକୁ କାଳିଆପାଣି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଖବର ଅନୁସାରେ, ଗତ କିଛି ମାସ ତଳେ କାଳିଆପାଣି ଖଣି ଅଞ୍ଚଳରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ଗୋଟିଏ ଠିକା ସଂସ୍ଥାର ୩ଟି ବାଲି ବୋଝେଇ ଟ୍ରକକୁ ତତ୍କାଳୀନ ତହସିଲଦାର କାବେରୀ ମୁଦୁଲି ଅଟକ ରଖିଥିଲେ।

ପରେ ବାଲି ପରିବହନ ନେଇ ସମସ୍ତ କାଗଜପତ୍ର ଠିକ୍ ଥିବା ଦର୍ଶାଇ ସଂମ୍ପୃକ୍ତ ଠିକା ସଂସ୍ଥା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ତେବେ ଆଜି ଏହି ମାମଲାର ଶୁଣାଣି କରି ସୁକିନ୍ଦାର ପୂର୍ବତନ ତହସିଦାର କାବେରୀ ମୁଦୁଲିଙ୍କ ନାମରେ ମାମଲା ରୁଜୁ କରି ଏହାର ତଦନ୍ତ କରିବାକୁ କାଳିଆପାଣି ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ। ସେପଟେ ସୁକିନ୍ଦାର ଏହି ପୂର୍ବତନ ତହସିଲଦାର ବର୍ତ୍ତମାନ ମୋ ସ୍କୁଲ ଅଭିଯାନ ଭୁବନେଶ୍ୱରରେ କାର‌୍ୟ୍ୟରତ ଅଛନ୍ତି ବୋଲି ଜଣାପଡ଼ିଛି ।

Related Posts