୧୩ ପଏଣ୍ଟ ସହ ସେମିରେ ଭାରତ

ସତ୍ୟପାଠ ବ୍ୟୁରୋ : ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୨୮ରେ ରନରେ ପରାସ୍ତ କରି ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲକୁ ଯାଇଛି । ଏହାସହ ବାଂଲାଦେଶର ସେମିଫାଇନାଲ ଆଶା ମାଟିରେ ମିଶିଛି ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ୩୧୫ ରନର ଟାର୍ଗେଟ ଦେଇଥିଲେ ବିପକ୍ଷ ବାଂଲାଦେଶ ଟିମକୁ । କିନ୍ତୁ ମାତ୍ର ୨୬୮ରନରେ ଅଲଆଉଟ ହୋଇଥିଲା ଟିମ୍ ବାଂଲାଦେଶ । ଟିମ୍ ଇଣ୍ଡିଆ ପାଇଁ ରୋହିତ ଶର୍ମା ୧୦୪ ରନ୍, କେଏଲ୍ ରାହୁଲ ୭୭ରନ୍, ଋଷଭ ପନ୍ତ ୪୮ ରନ୍, ଧୋନୀ ୩୫ ରନ୍ ଓ ବିରାଚ କୋହଲି ୨୬ ରନ୍ କରିଥିଲେ । ବାଂଲାଦେଶ ପାଇଁ ମସ୍ତଫିଜୁର ୫ ୱିକେଟ୍ ନେଇଛନ୍ତି । ଶାକିବ ଅଲ୍ ହସନ, ମୁସୈଦ୍ଦକ ହୁସୈନ୍ ଓ ସୌମ୍ୟ ସରକାର ଗୋଟେ-ଗୋଟେ ୱିକେଟ୍ ନେଇଛନ୍ତି ।

ବାଂଲାର ଶାକିବ ଅଲ୍ ହସନ ୬୬ରନ୍, ମୋହମ୍ମଦ ସୈଫୁଦ୍ଦିନ୍ ୫୧ ରନ୍, ଶବ୍ବିର ରହମାନ ୩୬ ରନ୍ ଓ ସୌମ୍ୟ ସରକାର ୩୩ ରନ୍ ସଂଗ୍ରହ କରିଥିଲେ । ଟିମ୍ ଇଣ୍ଡିଆ ପାଇଁ ଜସପ୍ରିତ୍ ବୁମରାହ ୪, ହାର୍ଦ୍ଦିକ୍ ପାଣ୍ଡ୍ୟା ୩ ୱିକେଟ୍ ନେଇଛନ୍ତି । ୟୁଜବେନ୍ଦ୍ର ଚହଲ, ମୋହମ୍ମଦ ଶାମି ଓ ଭୁବନେଶ୍ୱର କୁମାର ଗୋଟେ-ଗୋଟେ ୱିକେଟ୍ ନେଇଛନ୍ତି । ଭାରତର ଆଗାମୀ ମ୍ୟାଚ୍ ଶ୍ରୀଲଙ୍କା ସହିତ ୬ ଜୁଲାଇରେ ହେବ ।

Related Posts