ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ଯୋଗ୍ୟ: ଏସ ଜୟଶଙ୍କର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାଉଦି ଆରବ ଗସ୍ତରେ ଯାଇଛନ୍ତି ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ଏହି ଗସ୍ତ ଅବସରରେ ଜୟଶଙ୍କର କହିଛନ୍ତି ଯେ, ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ଯୋଗ୍ୟ। ଭାରତ କାହିଁକି ଯୋଗ୍ୟ ଏନେଇ ସେ ଅନେକ କାରଣ ମଧ୍ୟ କହିଛନ୍ତି। ଅନ୍ତର୍ଜାତୀୟ ନିରାପତ୍ତା ବଜାୟ ରଖିବା ତଥା ବିଶ୍ୱ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବାରେ ଭାରତ ସର୍ବଦା ଆଗରେ ରହିଆସିଛି। ସର୍ବ ବୃହତ ଗଣତନ୍ତ୍ର, ପଞ୍ଚମ ବୃହତ୍ତମ ଅର୍ଥନୀତି, ଆଣବିକ ଶକ୍ତି, ବୈଷୟିକ ହବ ଏବଂ ବିଶ୍ୱସ୍ତରୀୟ ଯୋଗଦାନର ପରମ୍ପରା ଭାବରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତର ଯୋଗ୍ୟତା ରହିଛି ବୋଲି ଜୟଶଙ୍କର କହିଛନ୍ତି।

ଜୟଶଙ୍କର ଏକ ସାକ୍ଷାତକାରରେ ସାଉଦି ଆରବର ସାଉଦି ଗେଜେଟ ଖବରକାଗଜକୁ କହିଛନ୍ତି ଯେ, ସୁରକ୍ଷା ପରିଷଦ କେବଳ ଅନ୍ତର୍ଜାତୀୟ ନିରାପତ୍ତା ବଜାୟ ରଖିବାର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ନୁହେଁ, ବରଂ ପ୍ରାସଙ୍ଗିକ ରହିବାକୁ ବିଶ୍ୱସ୍ତରୀୟ ସ୍ଥିତିର ବିକାଶ ପାଇଁ ଅନୁକୂଳ ହେବା ଆବଶ୍ୟକ।

Related Posts