
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ସେପଟେ ଉଭୟ ଦେଶ ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ୟୁକ୍ରେନ ସଙ୍କଟରେ ଶାନ୍ତି ସ୍ଥାପନ ନିମନ୍ତେ ରୁଷିଆ ରାଷ୍ଟ୍ରଦୂତ ଭାରତର ସହଯୋଗ ଲୋଡ଼ିଥିଲେ । କିନ୍ତୁ ଭାରତ ପକ୍ଷରୁ ଏଦିଗରେ ତତ୍ପରତା ପ୍ରକାଶ ପାଇ ନଥିବାର ଦେଖିବାକୁ ମିଳିଥିଲା । ଏବଂ ୟୁକ୍ରେନ ସ୍ଥିତି ଉପରେ ନଜର ରଖିଥିବା ନେଇ ଭାରତ ବହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଗଭୀର ଭାବେ ନିରାଶ କରିଛି ବୋଲି ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର କହିଛନ୍ତି ।
ଭାରତ ଠାରୁ ୟୁକ୍ରେନ ସପକ୍ଷ ମନୋଭାବ ଆଶା ଥିଲା ବୋଲି ସେ ପ୍ରକାଶ କରିଛନ୍ତି । ସେପଟେ ବର୍ତ୍ତମାନ ୫୦ ଲୋକ ମରିଛନ୍ତି । ଯେତେବେଳେ ଶହ ଶହା ହଜାର ହଜାର ଲୋକଙ୍କ ଜୀବନ ଯିବ ସେତେବେଳେ କଣ ହେବ ? ଏହା ଉପରେ କଣ ନଜର ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା ସମସ୍ତ ରିପୋର୍ଟ ସେ ଦେଖୁଥିବା କହିଛନ୍ତି । ପୁଟିନଙ୍କ ସହ ଭାରତର ମଜଭୁତ ସମ୍ପର୍କ ରହିଛି । ମୋଦି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଏବଂ ସମ୍ମାନନୀୟ ବ୍ୟକ୍ତିତ୍ୱ । ତେଣୁ ପୁଟିନଙ୍କ ସହ ଶାନ୍ତି ସ୍ଥାପନ ପାଇଁ ଆଲୋଚନା ନିମନ୍ତେ ଆଇଗୋର ଅନୁରୋଧ କରିଥିଲେ ।