ଦୈନିକ ସଂକ୍ରମଣରେ ସାରା ବିଶ୍ବରେ ସର୍ବାଧିକ ପଜିଟିଭ ଭାରତରେ, ୪୧୨୨୬୨

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶରେ କରୋନାର ଦୈନିକ ସଂକ୍ରମଣ ଗତ କିଛି ଦିନ ହେବ କ୍ରମାଗତ ଭାବେ ସାଢେ ୩ଲକ୍ଷ ଚିହ୍ନଟ ହେଉଥିବା ବେଳେ ଆଜି ୪ଲକ୍ଷ ପାର କରିଛି । ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ  ୪,୧୨,୨୬୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାକି ଦୈନିକ ସଂକ୍ରମଣରେ ସାରା ବିଶ୍ବରେ ସର୍ବାଧିକ ପଜିଟିଭ।ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ଛୁଇଁଛି । କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୮୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଯାବତ ୨୩,୦୧,୬୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି ୨୪ ଘଂଟାରେ ୩ଲକ୍ଷ ୨୯,୧୧୩ ଜଣ ସୁସ୍ଥ ହୋଇ ଘରକୁ ଫୋରିଛନ୍ତି । ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଦିଲ୍ଲୀ ଅଛନ୍ତି। ବୁଧବାର, ମହାରାଷ୍ଟ୍ରରେ କରୋନାରେ ୯୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ମହାରାଷ୍ଟ୍ରରେ ମୋଟ୍ କୋଭିଡ ମୃତ୍ୟୁ ସଂଖ୍ୟା ୭୨,୬୬୨କୁ ଛୁଇଁଛି।

Related Posts