ଭୁଲବଶଃତ ପାକିସ୍ତାନରେ ଭାରତର ମିସାଇଲ୍ ପଡିବା ପ୍ରସଙ୍ଗ: ସସଂଦରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ, ସେପଟେ ଭାରତ ସପକ୍ଷରେ ବାହାରିଲା ଆମେରିକା

ଭୁଲବଶଃତ ପାକିସ୍ତାନରେ ଭାରତର ମିସାଇଲ୍ ପଡିବା ପ୍ରସଙ୍ଗରେ ଆଜି ସସଂଦରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ୍ ସିଂ । ଗତ ମାର୍ଚ୍ଚ ୯ ତାରିଖର ଘଟିଥିଲା ଏହି ଅଘଟଣ |

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ କହିଛନ୍ତି ଯେ ୯ ମାର୍ଚ୍ଚ ୨୦୨୨ ରେ ଘଟିଥିବା ଏକ ଘଟଣା ବିଷୟରେ ମୁଁ ଉଭୟ ଗୃହକୁ ଅବଗତ କରାଉଛି ଯେ ଯାଞ୍ଚ ସମୟରେ ଏହା କେବଳ ମାତ୍ର ଏକ ଆକସ୍ମିକ କ୍ଷେପଣାସ୍ତ୍ର ।

କ୍ଷେପଣାସ୍ତ୍ର ୟୁନିଟ୍ ର ନିତ୍ୟ ବ୍ୟବହାର୍ଯ୍ୟ ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ ସମୟରେ, ରାତି ପ୍ରାୟ ୭ ଟାରେ ଗୋଟିଏ କ୍ଷେପଣାସ୍ତ୍ର ହଠାତ୍ ମିସ୍ ହୋଇଯାଇଥିଲା ଯାହା ପାକିସ୍ଥାନର ଏକ ଅଞ୍ଚଳରେ ଅବତରଣ କରିଥିଲା । କ୍ଷେପଣାସ୍ତ୍ର ପଡିବା ପରେ ହି ଆମେ ଜାଣିବାକୁ ପାଇଥିଲୁ ଯେ ଏହା ପାକିସ୍ତାନର ମିୟାଁ ଚାନ୍ନୁରେ ଅବତରଣ କରିଛି । ଘଟଣାଟି ଅତ୍ୟନ୍ତ ଦୁଖଦାୟକ, କିନ୍ତୁ ଭଲ ଖବର ହେଉଛି ଯେ ଏଥିରେ କୌଣସି କ୍ଷତି ହୋଇ ନାହିଁ ।

ଭାରତ ସରକାର ଏହି ପ୍ରସଙ୍ଗକୁ ଅତି ଗୁରୁତର ସହ ନେଇଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଏକ ସରକାରୀ ନିର୍ଦ୍ଦେଶ ଦିଆଯାଇଛି । ଅନୁସନ୍ଧାନ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଗୃହରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଭାରତ ସପକ୍ଷରେ ବାହାରିଛି ଆମେରିକା। ଭାରତକୁ କଲା ସମର୍ଥନ। ପାକିସ୍ତାନରେ ଭାରତୀୟ ମିସାଇଲ ପଡିବା ଘଟଣାରେ ମୁହଁ ଖୋଲିଛି ଆମେରିକା। ଭାରତର କିଛି ଭୁଲ ନାହିଁ, ଏହା କେବଳ ଆକସ୍ମିକ ଘଟଣ ଥିଲା। ଏହା ଅଜାଣତରେ ହୋଇଥିବା ନେଇ ୟୁଏସ କହିଛି। ଆମେରିକୀୟ ବୈଦେଶିକ ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି ଯେ, ଏହା କେବଳ ଏକ ଦୁର୍ଘଟଣା ଅଟେ। ଟେକନିକରେ କୌଣସି ତ୍ରୁଟି ପାଇଁ ଏପରି ହୋଇଥିଲା। ଏହା ଆକସ୍ମିକ ଘଟଣା ବ୍ୟତୀତ ଆଉ କିଛି ନୁହେଁ। ଜାଣିଶୁଣି ଭାରତ ପକ୍ଷରୁ ଆକ୍ରମଣ କରାଯାଇ ନାହିଁ।

Related Posts