‘ଭାରତ ଯୋଡ ଯାତ୍ରା’; ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ଯୋଗଦେଲେ ସ୍ୱାରାଜ ଇଣ୍ଡିଆ ନେତା ଯୋଗେନ୍ଦ୍ର ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳ ପକ୍ଷରୁ ଏବେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରାର ଡାକରା ଦିଆଯାଇଛି । ଏହି ଯାତ୍ରା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ତେବେ ଆଜି ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଛନ୍ତି ସ୍ୱାରାଜ ଇଣ୍ଡିଆର ନେତା ତଥା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ । କଂଗ୍ରେସ ପାର୍ଟିର ଭାରତ ଯୋଡ ଯାତ୍ରାରେ ଯୋଗଦେବା ପରେ ସେ କଂଗ୍ରେସରେ ଯୋଗ ଦେବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ଯୋଗେନ୍ଦ୍ର କହିଛନ୍ତି ଯେ, ଦଳରେ ମିଶିବା ପରର କଥା ହେଲେ ଦେଶକୁ ଭାଙ୍ଗିବା ଲୋକଙ୍କ ସହ ନୁହେଁ ବରଂ ଦେଶକୁ ଯୋଡିବାକୁ ଚେଷ୍ଟା କରୁଥିବା ଲୋକଙ୍କ ସହ ଠିଆ ହେବାର ଆବଶ୍ୟକତା ରହିଛି ।ଆସନ୍ତାକାଲି ଯଦି କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ପାର୍ଟି ଦେଶକୁ ଯୋଡିବାକୁ ପ୍ରୟାସ କରନ୍ତି ତେବେ ସେମାନଙ୍କ ସହ ମଧ୍ୟ ଠିଆ ହେବାକୁ ମୁଁ ପଛଘୁଞ୍ଚା ଦେବିନାହିଁ ବୋଲି ଯୋଗେନ୍ଦ୍ର କହିଛନ୍ତି ।

ସେପଟେ ଭାରତ ଯୋଡ ଯାତ୍ରାକୁ ନେଇ ଯୋଗେନ୍ଦ୍ର କହିଛନ୍ତି ଯେ, ସମସ୍ତ ବିରୋଧୀଦଳମାନେ ସରକାରଙ୍କୁ ଚ୍ୟାଲେଞ୍ଜ କରିପାରିବେ । ଏହି କ୍ରମରେ ପ୍ରଥମେ କଂଗ୍ରେସ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କରିଛି । ଏହି କାରଣରୁ ସେ ଏଥିରେ ଯୋଗ ଦେଇଥିବା କଥା କହିଛନ୍ତି । ଏହାସହ ଯଦି ଦେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ କ୍ଷମତାରେ ଥିବା ଶାସକ ଦଳକୁ କ୍ଷମତାରୁ ହଟାଇବାକୁ ପଡିବ । ସେପଟେ ଦେଶରେ ଯେଉଁଭଳି ଧର୍ମକୁ ନେଇ ଅଶାନ୍ତି ସୃଷ୍ଟି କରାଯାଉଛି ସେଥିରୁ ରକ୍ଷା ପାଇବା ପାଇଁ ଭାରତ ଯୋଡ ଯାତ୍ରାର ଆବଶ୍ୟକତା ରହିଛି ବୋଲି ଯୋଗେନ୍ଦ୍ର କହିଛନ୍ତି ।

Related Posts