ନୀତିଶ କୁମାରଙ୍କ ସମର୍ଥନରେ ନିଜ କାର୍ଯ୍ୟାଳୟ ବାହାରେ ପୋଷ୍ଟର ଲଗାଇଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଏବେ ତା’ର ଲକ୍ଷ୍ୟରେ ପହଞ୍ଚିବାଭଳି ନଜର ଆସୁଛି । ଉତ୍ତର ପ୍ରଦେଶରୁ ଶନିବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏହା ଉପରେ ମୋହର ଲାଗାଇଛି । ସମାଜବାଦୀ ପାର୍ଟି ପକ୍ଷରୁ ନୀତୀଶ କୁମାର ଓ ଅଖିଳେଶ ଯାଦବଙ୍କର ଏକ ପୋଷ୍ଟର ଲଗା ଯାଇଛି । ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ଲାଗିଥିବା ଏହି ପୋଷ୍ଟରରେ ଲେଖାଯାଇଛି ‘ୟୁପି ପ୍ଲସ ବିହାର ଇଜ ଇକ୍ୱାଲସଟୁ ଗଲା ମୋଦି ସରକର’ । ଅର୍ଥ ୟୁପିର ଅଖିଳେଶ ଯାଦବ ଓ ବିହାରର ନୀତିଶ କୁମାର ଏକାଠି ହୋଇ ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବେ।

ତେବେ ଏହି ପୋଷ୍ଟରୁ ସ୍ପଷ୍ଟ ହେଉଛି ଯେ ସମାଜବାଦୀ ପାର୍ଟି ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ନିର୍ବାଚନୀ ବିଗୁଲ ଫୁଙ୍କିଛି । ଏହି ପୋଷ୍ଟରକୁ ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ଦଳର ନେତା ନେତା ଆଇପି ସିଂଙ୍କ ପକ୍ଷରୁ ଲାଗଯାଇଥିବା ସୂଚନା ମିଳିଛି। ନିକଟରେ ନୀତିଶ କୁମାର ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଅନେକ ବିରୋଧୀ ନେତାଙ୍କୁ ଭେଟିଥିଲେ। ଏହି କ୍ରମରେ ସେ ଅଖିଳେଶ ଯାଦବଙ୍କୁ ଖୁବଶିଘ୍ର ଭେଟିବେ ବୋଲି କହିଥିଲେ। ନୀତିଶ ଅଖିଳେଶଙ୍କୁ ଭେଟିବା ପୂର୍ବରୁ ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ଏଭଳି ପୋଷ୍ଟର ବିରୋଧୀ ଙ୍କୁ ଏକଜୁଟ କରିବା ଅଭିଯାନ ପ୍ରତି ଆଖିଲେଶଙ୍କ ଖୋଲା ସମର୍ଥନକୁ ଦର୍ଶାଉଛି।

Related Posts