ଆଜିଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଲେ ବିରାଟ କୋହଲି

ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ | ତେବେ ଏହି ଟେଷ୍ଟ ମ୍ୟାଚ ବହୁ ଗୁରୁତ୍ୱପୂର୍ଣ ରହିଛି | କାହିଁକି ନା ପୂର୍ବତନ ଭାରତୀୟ ଅଧିନାୟକ ତଥା ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ନାୟକ ବିରାଟ କୋହଲିଙ୍କର ଏହା ଶତକୀୟ ଟେଷ୍ଟ । ସେଥିପାଇଁ ଏହି ମ୍ୟାଚ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିବା ବେଳେ, ନୂଆ ମାଇଲଖୁଣ୍ଟ ତିଆରି କରିବା ପାଇଁ ମୈଦାନ ଓଲ୍ଲାହିଁବେ ବିରାଟ |

ସେପଟେ ମ୍ୟାଚ କୁ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଭାରି ଯାଇଛି | ଏହି ୧୦୦ତମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି।

ଏହା ମଧ୍ୟ ଅଧିନାୟକ ଭାବେ ରୋହିତଙ୍କ ପ୍ରଥମ ଟେଷ୍ଟ। ପ୍ରଥମ ଟେଷ୍ଟ କ୍ୟାପ୍ଟେନ୍ସିରେ ସେ ଟସ୍‌ ଜିତି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋହଲି ସବୁବେଳେ ହାଇସ୍କୋରିଂ ପିଚ୍‌ ଭାବେ ଜଣାଶୁଣା। ତେଣୁ ଏଠାରେ ଭାରତ ଟସ୍‌ ଜିତିବା ଭଲ ସଙ୍କେତ।

ମୋହାଲିରେ ପ୍ରଥମ ଇନିଂସ ଆଭରେଜ ସ୍କୋର ୩୫୫ ଥିବା ବେଳେ ଦ୍ୱିତୀୟ ଇନିଂସରେ ଏହା ୩୭୯। ସେହିପରି ତୃତୀୟ ଓ ୪ର୍ଥ ଇନିଂସରେ ଆଭରେଜ ସ୍କୋର ଯଥାକ୍ରମେ ୨୭୦ ଓ ୧୨୯। ତେଣୁ ୪ର୍ଥ ଇନିଂସରେ ବ୍ୟାଟିଂ କରିବା ସହଜ ହେବନି। ତେଣୁ ରୋହିତ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି।

ଟସ୍‌ ବେଳେ ରୋହିତ କହିଛନ୍ତି, “ଭାରତର ଅଧିନାୟକ ହେବା ଗର୍ବ ଓ ସମ୍ମାନର ବିଷୟ। ମୁଁ କେବେ ହେଲେ ଏକଥା ସ୍ୱପ୍ନରେ ଭାବିନଥିଲି। ଆଗକୁ ଭଲ ହେବ ବୋଲି ଆଶା। ଆଜି ବେଶ ସ୍ୱତନ୍ତ୍ର ଦିନ। କାରଣ ବିରାଟଙ୍କର ଆଜି ୧୦୦ତମ ଟେଷ୍ଟ। ବହୁତ କମ ଖେଳାଳି ଏପରି ମାଇଲଖୁଣ୍ଟ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି। ଆମ ଦଳରେ ୩ ଜଣ ସ୍ପିନର ଓ ୨ ସ୍ପିନର ଅଛନ୍ତି।”

ଭାରତ: ରୋହିତ ଶର୍ମା (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ହନୁମା ବିହାରୀ, ବିରାଟ୍ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, ଜୟନ୍ତ ଯାଦବ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା।

ଶ୍ରୀଲଙ୍କା: ଦିମୁତ କରୁଣାରତ୍ନେ (କ୍ୟାପଟେନ୍), ଲାହିରୁ ଥିରିମାନେ, ପାଥୁମ ନିଶାଙ୍କ, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜୟ ଡି’ସିଲଭା, ଚରିତ ଅସଲାଙ୍କା, ନିରୋଶାନ୍ ଡିକୱେଲା (ୱିକେଟ୍ କିପର), ସୁରଙ୍ଗା ଲାକମଲ, ଲସିଥ ଏମ୍ବୁଲଡେନିୟା, ବିଶ୍ୱ ଫର୍ଣ୍ଣାଣ୍ଡୋ, ଲାହିରୁ କୁମାରା

Related Posts