ପ୍ରଥମେ ବ୍ୟାଟିଂ କରିବ ଭାରତ; ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବ ଭାରତ। ଟସ୍ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ପ୍ୟାଟ କମିନସ୍ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ତେବେ ଉଭୟ ଭାରତୀୟ ଓ ଅଷ୍ଟ୍ରେଲିଆ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଉଭୟ ସେମିଫାଇନାଲ ଖେଳିଥିବା ଟିମ୍ ସହ ହିଁ ଫାଇନାଲରେ ପଡିଆ କୁ ଓହ୍ଲାଇବେ।

Related Posts