
ଆସନ୍ତା ବର୍ଷ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟରେ ମୁହାମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଉଭୟ ମହିଳା ଓ ପୁରୁଷ ବିଶ୍ବକପ୍ ମ୍ୟାଚ୍ ସୂଚୀ ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି । ପ୍ରଥମ ଥର ଗୋଟିଏ ବର୍ଷ ଏବଂ ଗୋଟିଏ ଦେଶରେ ଉଭୟ ପୁରୁଷ ଓ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲଢ଼େଇ ଦେଖିବାକୁ ମିଳିବ ।
ଅଷ୍ଟ୍ରେଲିଆରେ ହେବାକୁ ଏହି ଟୁର୍ଣ୍ଣାମେଣ୍ଟର ମହିଳା ବିଭାଗ ମ୍ୟାଚ୍ ଫେବ୍ରୁଆରୀ ୨୧ରୁ ହେଉଥିବାବେଳେ ଅକ୍ଟୋବର ୧୮ରୁ ଆରମ୍ଭ ହେବ ପୁରୁଷ ବିଶ୍ବକପ୍ । ଉଭୟ ବିଶ୍ବକପ୍ ଅଷ୍ଟ୍ରେଲିଆର ୮ ସହରର ୧୩ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ମହିଳା ଦଳ ତାର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଓ ପୁରୁଷ ଦଳ ତାର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।
ପୁରୁଷ ବିଶ୍ବକପ୍ ଗ୍ରୁପ୍ ବିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ସହ ଯୋଗ୍ୟତା ପର୍ଯ୍ୟାୟ ଦେଇ ମୁଖ୍ୟ ଡ୍ର’କୁ ଆସିବାକୁ ଥିବା ଏକ ଦଳ ସ୍ଥାନ ପାଇଛି । ତେଣୁ ୨୦୧୧ ପରେ ପ୍ରଥମ ଥର ପାଇଁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ନାହିଁ ।