ପୁଣି ଅନଶନରେ ଆନ୍ନା ହଜାରେ

ଲୋକପାଳ ବିଲକୁ ନେଇ ପୁଣି ଥରେ ଅନଶନରେ ବସିଛନ୍ତି ସମାଜସେବୀ ଆନ୍ନା ହଜାରେ । ମହାରାଷ୍ଟ୍ର ଅହମଦ ନଗର ଜିଲ୍ଲାସ୍ଥିତ ନିଜ ଗାଁ ରାଲେଗାଓଁ ସିଦ୍ଧିରେ ଅନଶନ ଆରମ୍ଭ କରିଛନ୍ତି ଆନ୍ନା ହଜାରେ । ଲୋକପାଳ ଆଇନ ଲାଗୁ କରିବା ନେଇ ଆନ୍ନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍‌ଙ୍କୁ ଚିଠି ଲେଖିଥିଲେ ।

କୌଣସି ବ୍ୟକ୍ତି, ପକ୍ଷ, ଦଳ ବିରୋଧରେ ନୁହେଁ ବରଂ ଦେଶ ଓ ସମାଜ ପାଇଁ ସେ ଏହି ଅନଶନ କରିବେ ବୋଲି ଆନ୍ନ ଚିଠିରେ ଉଲ୍ଲେଖ କରିଥିଲେ । ଲୋକପାଳ ଆଇନ ପ୍ରଣୟନକୁ ୫ ବର୍ଷ ବିତି ଗଲାଣି ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଲୋକୟୁକ୍ତ ନିଯୁକ୍ତି ହୋଇପାରିଲେ ନାହିଁ । ଏ ନେଇ ଆନ୍ନା ଆପତ୍ତି କରିଛନ୍ତି ।

Related Posts