ଏବେ ରୋହିତଙ୍କ କାନ୍ଧରେ ଦଳର ଭାର

ଗୁରୁବାର ଖେଳାଯିବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ । ହେମିଲଟନ୍‌ରେ ସକାଳ ସାଢ଼େ ୭ଟାରୁ ଆରମ୍ଭ ହେବ ମ୍ୟାଚ୍‌ । 5 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ତିନିଟି ମ୍ୟାଚ୍‌କୁ ଜିତି ପୂର୍ବରୁ ହିଁ ସିରିଜ୍‌ ଉପରେ କବ୍‌ଜା କରିସାରିଛି ଭାରତ ।

ଏହା ଭିତରେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି ମଧ୍ୟ ଶେଷ ଦୁଇଟି ମ୍ୟାଚ୍‌ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ବ ନେବେ ।

ଦଳ ସିରିଜ୍‌ ଜିତି ସାରିଥିବାରୁ ବେଞ୍ଚ ଷ୍ଟ୍ରେନ୍ଥକୁ ଟିମ୍‌ ଇଣ୍ଡିଆର ପରୀକ୍ଷା କରିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଶେଷ ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ଘରୋଇ ଦଳ ।

Related Posts