ଟି-୨୦ରେ ଶ୍ରୀଲଙ୍କାକୁ ହରାଇ 3 ମ୍ୟାଚ ହାତେଇନେଲା ଭାରତ

ଭାରତୀୟ କ୍ରିକେଟ ଟିମକୁ ମିଳିଲା ସଫଳତା | ଶ୍ରୀଲଙ୍କା ବିପକ୍ଷ ଟି-୨୦ର 3 ମ୍ୟାଚ ହାତେଇନେଲା ଭାରତ | ଗତକାଲି ଶେଷ ଦିନ ମ୍ୟାଚଥିବା ବେଳେ ଭାରତର କ୍ଲିନ ସୁଇପ । ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୬ ଓ୍ବିକେଟରେ ଶ୍ରୀଲଙ୍କାକୁ ହରାଇ ସିରିଜ ହାତେଇଛି ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭର ଶେଷ ସୁଦ୍ଧା ୧୪୬ ରନ କରିଥିଲା । ଭାରତ ୧୪୭ ରନର ବିଜୟ ଲକ୍ଷ ରଖି ୧୭ ଓଭର ଶେଷ ପୂର୍ବରୁ ୪ଟି ଓ୍ବିକେଟ ହରାଇ ୧୪୮ ରନରେ ବିଜୟୀ ହୋଇଥିଲା । ଫଳରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ମାତ ଦେଇ ସିରିଜ ପୋଛି ନେଇଛି ।ଭାରତୀୟ ଦଳ ପକ୍ଷରୁ ଶ୍ରେୟାସ ଆୟର ୭୩ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ୨୨ ରନରେ ଅପରାଜିତ ରହିଥିଲେ । ସେହିପରି ଦିପକ ହୁଡା ୨୧, ରୋହିତ ଶର୍ମା ୫, ସାମସନ ୧୮ ଓ ଲାହିରୁ ୩୯ ରନ କରିବାକୁ ସକ୍ଷମ ହୋଇଥିଲେ |

Related Posts