ଆଜି ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ: 38 ସିଟ ପାଇଁ ଆରମ୍ଭ ହୋଇଛି ମତଦାନ ପକ୍ରିୟା

ମଣିପୁର ବିଧାନସଭା ନିର୍ବାଚନ ଲାଗି ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ ପକ୍ରିୟା । ୩୮ଟି ସିଟ ପାଇଁ ଆଜି ମତଦାତା ମାନେ ସାବ୍ୟସ୍ତ କରିବେ ମତଦାନ | 15 ଜଣ ମହିଳାଙ୍କ ସମେତ 173 ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ମଣିପୁର ଜନତା ।

ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଯାଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସମେତ ବିଜେପି ନେତା ଆଜି ଇମ୍ଫାଲରେ ମତଦାନ କରିଛନ୍ତି । ‘ନିଜ ନିର୍ବାଚନ ମଣ୍ଡଳୀର 75 ପ୍ରତିଶତ ଭୋଟ ମୋତେ ଏବଂ ବିଜେପିକୁ ମିଳିବ । ପ୍ରଥମ ପର୍ଯ୍ୟାୟର 38 ଟି ଆସନରୁ ବିଜେପି 30 ଟିରେ ବାଜିମାତ କରିବ । ମଣିପୁରର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ ପାଆନ୍ତି’ କହିଛନ୍ତି ମୁକ୍ୟମନ୍ତ୍ରୀ ।ସକାଳ 7ଟାରୁ ରାଜ୍ୟରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ 6,29,276 ମହିଳାଙ୍କ ସମେତ 12,22,713 ଭୋଟର ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବେ। ନିର୍ବାଚନ ପୂର୍ବରୁ ଅନେକ ହିଂସା ଦେଖିବାକୁ ମିଳିଥିଲେ ସୁଦ୍ଧା ମଣିପୁର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରତି କଡ଼ା ନଜର ରଖାଯାଇଛି। ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ମୂତୟନ କରାଯାଇଛି । ବିଶୃଙ୍ଖଳାକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ 1721 ଭୋଟ କେନ୍ଦ୍ରରେ ମୋଟ 9,895 ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେବେ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 5 ରେ ହେବାକୁ ଥିବାବେଳେ 22 ଟି ଆସନ ପାଇଁ ମତଦାନ କରିବେ ମଣିପୁର ଜନତା। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମଣିପୁର ବିଧାନସଭା ନିର୍ବାଚନର ଭୋଟ ଗଣତି ଆସନ୍ତା ମାର୍ଚ୍ଚ 10 ତାରିଖରେ ହେବ।

Related Posts