ମେଲବର୍ଣ୍ଣରେ ଧୋନୀ ଧମାଲ୍‌, ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲେ ବିରାଟ ବାହିନୀ

ଅଷ୍ଟ୍ରେଲିଆ ମାଟିରେ ଭାରତର ଐତିହାସିକ ବିଜୟ । ବିରାଟ ବାହିନୀଙ୍କ ସୁପର ସୋ । ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜରେ ହରାଇଲା ଭାରତ । ଅଷ୍ଟ୍ରେଲିଆରେ ପ୍ରଥମ ଦ୍ବିପାକ୍ଷିକ ଦିନିକିଆ ସିରିଜ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ ।

ମେଲବର୍ଣ୍ଣରେ ୨୩୧ ରନ ଟାର୍ଗେଟର ପିଛା କରୁଥିବା ଭାରତ ୭ ୱିକେଟରେ ବିଜୟ ଲାଭ କରିଛି । ମ୍ୟାଚ ୱିନର୍ ଥିଲେ ମହେନ୍ଦ୍ର ସିଂହ ଧୋନି ଓ ଚହଲ । ୨-୧ ସିରିଜ୍ କବଜା କଲେ ବିରାଟ ଆଣ୍ଡ କୋ ।

ମେଲବର୍ଣ୍ଣରେ ଧୋନୀ ଖେଳିଲେ ମ୍ୟାଚ୍‌ ବିଜୟୀ 87ରନ୍‌ର ଅପରାଜିତ ଇନିଂସ୍‌

ବିରାଟ ଆଣ୍ଡ କୋଙ୍କ ଆଗରେ ଥିଲା ୨୩୧ ରନ୍‌ର ଟାର୍ଗେଟ । ପାର୍ଟନରସିପ୍ ଥିଲା କୋହଲି ଓ ଧୋନିଙ୍କ ମଧ୍ୟରେ । କୋହଲି ୪୬ ରନ୍ କରି ଆଉଟ୍ ହେବା ପରେ ଧୋନିଙ୍କର ସାଥ୍‌ ଦେଲେ କେଦାର ସାଥ୍ ଯାଦବ । ଲଗାତାର ତୃତୀୟ ହାଫ୍‌ ସେଞ୍ଚୁରୀ ଜମାଇ ମ୍ୟାଚ୍ ଫିନିସ୍ କଲେ ଧୋନି । ଧୋନି ୧୧୪ ବଲରୁ ୮୭ ରନ୍ କରି ଅପରାଜିତ ରହିଥିଲେ । ଏଥିରେ ଥିଲା ୬ଟି ଚୌକା ।

ସେହିପରି କେଦାର ଯାଦବ ଖେଳିଥିଲେ ୫୭ ବଲରୁ ୬୧ ରନ୍‌ର ଇନିଂସ୍ । ପୂର୍ବରୁ କଙ୍ଗାରୁ ଦଳକୁ ନାକେଦମ୍ କରିଥିଲେ ଭାରତୀୟ ସ୍ପିନର ଯଜୁବେନ୍ଦ୍ର ଚହଲ । ଚହଲ ୧୦ ଓଭରରେ ୪୨ ରନ ଦେଇ ହାସଲ କରିଥିଲେ ୬ଟି ୱିକେଟ୍ । ଚହଲ ହେଲେ ମ୍ୟାନ୍ ଅଫ ଦି ମ୍ୟାଚ୍ । ମ୍ୟାନ୍ ଅଫ ଦି ସିରିଜ୍ ହେଲେ ମହେନ୍ଦ୍ର ସିଂହ ଧୋନି ।

ଅଷ୍ଟ୍ରେଲିଆରେ କଙ୍ଗାରୁ ଦଳ ଉପରେ ଭାରତର ଏହି ବିଜୟ ଖୁବ୍‌ ଖାସ୍‌ । ୧୯୮୪-୮୫ରେ ଅଷ୍ଟ୍ରେଲିଆରେ ବେନସନ୍‌ ଆଣ୍ଡ ହେଜେସ୍ କପ୍ ଚାମ୍ପିଅନ୍ ହୋଇଥିଲା ଭାରତ । ୨୦୦୭-୦୮ରେ ସିବି ସିରିଜ୍ ଚାମ୍ପିଅନ୍ ହୋଇଥିଲେ ଧୋନି ବାହିନୀ । ଫାଇନାଲ୍‌ରେ କଙ୍ଗାରୁ ଦଳକୁ ୨-୦ରେ ହରାଇଥିଲା । ୧୨ ବର୍ଷରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖୋଳାଯାଇଛି ମୋଟ୍ ୭ ସିରିଜ୍ । ଅଷ୍ଟ୍ରେଲିଆ ୪ ୱାନ୍‌ଡେ ସିରିଜ୍ ଜିତିଥିବାବେଳଏ ଭାରତ ଜିତିଛି ୩ ଟି ସିରିଜ୍ ।

Related Posts