ବଦଳିବ ସ୍ବର୍ଗଦ୍ବାର

ପୁରୀ ସ୍ବର୍ଗଦ୍ବାରର ବିଭିନ୍ନ ସମସ୍ୟା, ଏହାର କର୍ମଚାରୀ ଓ ଶବଦାହ ପାଇଁ ଆସୁଥିବା ଶହ ଶହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଇଛି ପୁରୀ ପ୍ରଶାସନ । ଅବହେଳିତ ଅବସ୍ଥାରେ ଥିବା ସ୍ବର୍ଗଦ୍ବାରକୁ ବ୍ୟବସ୍ଥିତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପରୀ ପୌରପାଳିକା ।

ଏଥିରେ ରହିଛି ଶବଦାହ ପାଇଁ ପିଣ୍ଡି ନିର୍ମାଣ, ସ୍ବର୍ଗଦ୍ବାରର ପାଚେରୀ ନିର୍ମାଣ, ମୃତକଙ୍କ ସଂପର୍କୀୟଙ୍କ ପାଇଁ ବିଶ୍ରାମ ଓ ପଥଶ୍ରାଦ୍ଧ ଘର, ଶୌଚାଳୟ ନିର୍ମାଣ ଓ ପାନୀୟ ଜଳ ଆଦି ବ୍ୟବସ୍ଥା । ଶବଦାହକାରୀଙ୍କ ପାଉଣା ନିର୍ଦ୍ଧାରଣ ସହ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ବର୍ଗଦ୍ବାରର ବିଭିନ୍ନ ନିୟମାବଳୀ ସଂପର୍କିତ ସମସ୍ତ ତଥ୍ୟ ବି ଏକ ବୋର୍ଡରେ ଉଲ୍ଲେଖ କରିବାକୁ ପୌରପାଳିକା ସ୍ଥିର କରିଛି ।

ସ୍ବର୍ଗଦ୍ବାରରେ ଶବଦାହ କରିଲେ ମୃତକଙ୍କୁ ସ୍ବର୍ଗପ୍ରାପ୍ତି ହୋଇଥାଏ ବୋଲି ସମସ୍ତଙ୍କର ବିଶ୍ବାସ ରହିଛି । କିନ୍ତୁ ଏଠାରେ ଥିବା ବିଭିନ୍ନ ସମସ୍ୟା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦିଏ । ଏବେ ସଂସ୍କାର ପ୍ରସ୍ତାବ ଫଳରେ ସ୍ବର୍ଗଦ୍ବାରର ଚିତ୍ର ବଦଳିବ ବୋଲି ଆଶା କରାଯାଉଛି ।

Related Posts