ବିଶ୍ୱକପ୍ ଅଧାରୁ ଭାରତୀୟ ହକି ଟିମ୍‌କୁ ଝଟ୍‌କା; ବିଶ୍ୱକପ୍‌ରୁ ବାଦ୍‌ ପଡିଲେ ମିଡ୍‌ ଫିଲ୍ଡର ହାର୍ଦ୍ଦିକ ସିଂହ

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ବିଶ୍ୱକପ୍ ଅଧାରୁ ଭାରତୀୟ ହକି ଟିମ୍‌କୁ ଝଟ୍‌କା । ହକି ବିଶ୍ୱକପ୍‌ ୨୦୨୩ରୁ ବାଦ୍‌ ପଡିଲେ ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ସିଂହ । ଆହତ ସମସ୍ୟା ଲାଗି ଟିମ୍‌ରୁ ବାଦ୍‌ ପଡିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ୨୦୨୩ ହକି ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲା ମିଡ୍‌ ଫିଲ୍‌ଡର ହାର୍ଦ୍ଦିକ ସିଂହ ।ଏହାପରେ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିଲା । ଏପିରିକି ୧୯ ତାରିଖରେ ଖେଳାଯାଇଥିବା ଓ୍ୱେଲ୍ସ ବିପକ୍ଷ ମ୍ୟାଚ୍‌ରେ ବି ହାର୍ଦ୍ଦିକଙ୍କୁ ସାମିଲ କରାଯାଇଥିଲା । ତାଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ସାମିଲ କରାଯାଇଥିଲା । ହେଲେ ହାର୍ଦ୍ଦିକ ଆହତ ଖୁବ୍‌ ଅଧିକ ଥିଲା । ଯାହାଫଳରେ ତାଙ୍କୁ ଆଗାମୀ ମ୍ୟାଚ୍‌ରୁ ବାଦ୍‌ କରାଯାଇଥିବା କୋଚ୍‌ କହିଛନ୍ତି ।

ହକି ବିଶ୍ୱକପ୍‌ ୨୦୨୩ରୁ ହାର୍ଦ୍ଦିକ ସିଂହ ବାଦ୍‌ ପଡିବା ପରେ ତାଙ୍କ ବଦଳରେ ରାଜକୁମାର ପାଲଙ୍କୁ ଦଳରେ ସାମିଲ କରାଯାଇଛି । କୋଚ୍‌ଗ୍ରାହମ୍‌ ରିଡ୍‌ ଏନେଇ ସୂଚନା ଦେଇଛନ୍ତି । ଚଳିତ ବିଶ୍ୱକପ୍‌ରେ ଭାରତର ଶେଷ ଲିଗ୍‌ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ ରହିଛି । ନ୍ୟୁଜିଲାଣ୍ଡ ଓ ଭାରତୀୟ ଟିମ୍‌ ମଧ୍ୟରେ କ୍ରସ ଓଭର ମ୍ୟାଚ୍‌ ଖେଳାଯିବ । କ୍ୱାଟର ଫାଇନାଲ୍‌କୁ ଯିବାକୁ ହେଲେ କ୍ରାସଓଭର ମ୍ୟାଚ୍‌ ଜିତିବା ଆବଶ୍ୟକ । ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ହାର୍ଦ୍ଦିକ ବିଶ୍ୱକପ୍‌ରୁ ବାଦ୍‌ ପଡିବ, ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଝଟକ୍‌ ବୋଲି କ୍ରୀଡାପ୍ରେମୀମାନେ କହିଛନ୍ତି ।

Related Posts