ଆମେରିକାର କାଲିଫର୍ଣ୍ଣିଆରେ ଭାରତୀୟ ଅପହରଣ ଘଟଣା: ସନ୍ଦିଗ୍ଧ ବ୍ୟକ୍ତି ଅଟକ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ଭାରତୀୟ ମୂଳନିବାସୀ ଶିଖ ପରିବାରର ଚାରି ଜଣଙ୍କୁ ଅପହରଣ ହୋଇଚନ୍ତି । ଏନେଇ ପୋଲିସ ତଦନ୍ତ ଚଳାଇଛି । ଅପହୃତଙ୍କ ମଧ୍ୟରେ ଆଠ ମାସର ଶିଶୁ କନ୍ୟା ସାମିଲ୍ ରହିଛି । ଘଟଣାରେ ସନ୍ଦିଗ୍ଧ କୁହାଯାଉଥିବା ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ପୋଲିସ୍ ଅଟକ ରଖିଛି। ଅଧିକାରୀଙ୍କ ଅନୁଯାୟୀ ଅପହୃତ ଏବେ ମଧ୍ୟ ନିଖୋଜ ଅଛନ୍ତି।

ପଞ୍ଜାବର ହୋସିଆପୁରର ହରସି ପିଣ୍ଡରେ ରହୁଥିବା ପରିବାର ସଦସ୍ୟଙ୍କୁ ସୋମବାର ସାନଫ୍ରାନସିସ୍କୋଠୁ ପ୍ରାୟ ୨୦୦ କିଲୋମିଟର ଦୂର ମର୍ଷ୍ଟ କାଉଣ୍ଟିରେ ଅପହରଣ କରାଯାଇଥିଲା। ଅପହୃତଙ୍କ ମଧ୍ୟରେ ଅଛନ୍ତି ଆଠ ମାସର ଶିଶୁ କନ୍ୟା ଆରୁହି ଧେରୀ, ତାର ମାଆ ୨୭ ବର୍ଷୀୟ ଜସଲିନ କୌର, ବାପା ୩୬ ବର୍ଷୀୟ ଯଶଦୀପ ସିଂହ ଏବଂ ଚାଚା ୩୯ ବର୍ଷୀୟ ଅମନଦୀପ ସିଂହ।

ପରିବାରର କାର ସୋମବାର ରାତିରେ ଜଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପାରିପାର୍ଶ୍ଵିକ ସ୍ଥିତିକୁ ଦୃଷ୍ଟିରେ ରଖି ଚାରି ଜଣଙ୍କୁ ଅପହରଣ କରାଯାଇଥିବା ପୋଲିସ୍ କହିଛି। ଗୁଇନ୍ଦା ଅଧିକାରୀଙ୍କୁ ମଙ୍ଗଳବାର ସକାଳେ ମିଳିଥିବା ସୂଚନା ଅନୁସାରେ ପୀଡିତଙ୍କ ଏକ ବ୍ୟାଙ୍କ କାର୍ଡର ବ୍ୟବହାର ମସର୍ଡ କାଉଣ୍ଟିର ଏକ ଏଟିଏମରେ କରାଯାଇଥିଲା। ତଦନ୍ତକାରୀ ଦଳ ଘଟଣାର ତନାଘନା କରି ବ୍ୟାଙ୍କରେ ଟଙ୍କା ନେଣଦେଣ କରିଥିବା ଜଣେ ବ୍ୟକ୍ତିଙ୍କ ଫଟୋ ପାଇବାରେ ସକ୍ଷମ ହୋଇଛି। ଏହି ବ୍ୟକ୍ତି ଜଣକ ଅପହରଣରେ ସାମିଲ୍ ଥିବା କୁହାଯାଉଚି।

ସୁରକ୍ଷା ଏଜେନ୍ସି ନିକଟରେ ପହଞ୍ଚିବା ପୂର୍ବରୁ ସନ୍ଦିଗ୍ଧ ଅପହରଣକାରୀ ସଲଗାଡୋ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି। ବର୍ତ୍ତମାନ ଅଭିଯୁକ୍ତ ଅବସ୍ଥା ଗୁରୁତର ରହିଛି। ଯଶଦୀପ ଏବଂ ଅମନଦୀପଙ୍କ ବାପା ଡ. ରଣଧୀର ସିଂହ ଏବଂ ମାଆ କୁପାଲ କୌର ଅପହରଣ ଖବର ଶୁଣି ସ୍ତବ୍ଧ ହୋଇ ଯାଇଛନ୍ତି ।

Related Posts