ପାକିସ୍ତାନୀ ସୁନ୍ଦରୀ ଜାଲରେ ଭାରତୀୟ ସୈନିକ, ପଚରା ଉଚୁରାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ପାକିସ୍ତାନୀ ସୁନ୍ଦରୀ ଜାଲରେ ଫସିଛନ୍ତି ଭାରତୀୟ ସୈନିକ । ଖାଲି ଫସିଛନ୍ତି ତାହା ନୁହେଁ ଦେଶ ସୁରକ୍ଷା ମଧ୍ୟ ବିପନ୍ନ କରିଛନ୍ତି । ପାକିସ୍ତାନୀ ଯୁବତୀ ପାଲରେ ପଡ଼ି ଦେଶ ସୁରକ୍ଷା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ଶତ୍ରୁ ଦେଶକୁ ଦେଇଛନ୍ତି । ଆଉ ଏବେ ଜଣାପଡ଼ିଛି ଭାରତୀୟ ସୈନିକଙ୍କୁ ଜାଲରେ ଫସାଇଥିବା ପାକିସ୍ତାନୀ ଯୁବତୀ ହେଉଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଏଜେଣ୍ଟ ।

ଖାଲି ଏତିକି ନୁହେଁ ପାକିସ୍ତାନର ହନିଟ୍ରାପ୍‌ରେ ଆହୁରି ବହୁ ଭାରତୀୟ ଯବାନ ଫସିଥିବା ସନ୍ଦେହ କରାଯାଉଛି । ଏହାର ଖୁଲାସା କରିଛନ୍ତି ଜୈସଲମେରରୁ ଗିରଫ ହୋଇଥିବା ଭାରତୀୟ ଯବାନ । ଯିଏ ଜଣେ ସୁନ୍ଦରୀଙ୍କ ଫେସ୍‌ବୁକ୍‌ ଛଳନାରେ ଫସିଥିଲେ । ପାକିସ୍ତାନୀ ଯୁବତୀ ପ୍ରଥମେ ସେନାର ଯବାନଙ୍କୁ ଜାଲରେ ଫସାଇଲା । ତା ପରେ ଯବାନଙ୍କଠାରୁ ହାସଲ କଲା ଭାରତୀୟ ସୁରକ୍ଷା ସମ୍ପର୍କିତ ଗୁପ୍ତ ସୂଚନା ।

ଯୁବତୀ ପ୍ରଥମେ ସେ ପ୍ରଥମେ ମିଠା ମିଠା କଥା କହିଲା, ତା ପରେ ଅଶ୍ଲୀଳ ଫଟୋ ପଠାଇଲା…ଆଉ ତା ପରେ ଅଶ୍ଲୀଳ ଡ୍ୟାନ୍ସ ଦେଖାଇ ଆର୍ମିର ଯବାନଙ୍କୁ ବ୍ଲାକ୍‌ ମେଲ୍‌ ବି କରୁଥିଲା । ଗିରଫ ହୋଇଥିବା ଯବାନ ଜୈସେଲମେର ମିଲିଟାରୀ ଷ୍ଟେସନର ଟ୍ୟାଙ୍କର ୟୁନିଟ୍‌ରେ ମୁତୟନ ଥିଲେ । ପ୍ରାୟ 3 ବର୍ଷ ପୂର୍ବରୁ 2016ରେ ଅଭିଯୁକ୍ତ ଯବାନ ସେନାରେ ସାମିଲ୍‌ ହୋଇଥିଲେ । ଜୈସଲମେର ପୂର୍ବରୁ ଏହି ଯବାନ ମହାରାଷ୍ଟ୍ରର ଅହମ୍ମଦନଗରରେ ମୁତୟନ ହୋଇଥିଲେ ।

ଏବେ ଏହି ଯବାନଙ୍କୁ ରିମାଣ୍ଡରେ ନେଇ ସ୍ପେଶାଲ୍‌ ବ୍ରାଞ୍ଚ ପୋଲିସ୍‌ ପଚରାଉଚୁରା କରୁଛନ୍ତି । ଏହି ପଚରା ଉଚୁରାରେ ଯାହା ସୂଚନା ମିଳିଛି । ପ୍ରାୟ 7 ମାସ ପୂର୍ବରୁ ଫେସ୍‌ବୁକ୍‌ରେ ତାଙ୍କର ଯୁବତୀ ସହ ବନ୍ଧୁତା ହୋଇଥିଲା । ଯୁବତୀ ଜଣକ ନିଜ ନାମ ଅନିକା ଚୋପ୍ରା ଓ ଠିକଣା ଜମ୍ମୁର କହିଥିଲା । ଫେସ୍‌ବୁକ୍‌ରେ ବନ୍ଧୁତା ପରେ ଯୁବତୀ ଯବାନଙ୍କୁ ମିଠା ମିଠା କଥା କହୁଥିଲା ।

ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା ପରେ ଯୁବତୀ ଅଶ୍ଲୀଳ ଫଟୋ ପଠାଉଥିଲା । ଏହି ଫଟୋ ବଦଳରେ ଯୁବତୀ ଯବାନଠାରୁ ଗୁପ୍ତ ସୂଚନା ମାଗିଥିଲା । ଫଟୋ ସହ ଯୁବତୀ ଅଭିଯୁକ୍ତ ଯବାନଙ୍କୁ 5,000 ଟଙ୍କା ବି ପଠାଇଥିଲେ ।
ଅଭିଯୁକ୍ତ ଯବାନ ଏହି ଟଙ୍କା ନିଜ ଭାଇର ଆକାଉଣ୍ଟରେ ମଗାଇଥିଲେ । ଭାଇର ଆକାଉଣ୍ଟରୁ ଅଭିଯୁକ୍ତ ଯବାନ ଇ-ୱାଲେଟ୍‌କୁ ଟଙ୍କା ଟ୍ରାନ୍ସଫର କରିଥିଲେ ।

ଅଭିଯୁକ୍ତ ଯବାନ କେତେ ଓ କ’ଣ କ’ଣ ସୂଚନା ସଂପୃକ୍ତ ଯୁବତୀଙ୍କୁ ପଠାଇଛନ୍ତି, ସେ ନେଇ ତଦନ୍ତ କରାଯାଉଛି । ଏଥିସହ ଏମିତି କେତେ ଜଣ ଯବାନ ଯୁବତୀଙ୍କ ଜାଲରେ ଫସିଛନ୍ତି ସେ ନେଇ ମଧ୍ୟ ତଦନ୍ତ କରାଯାଉଛି । ସୁରକ୍ଷା ଏଜେନ୍ସିଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଅନିକା ଚୋପ୍ରା ନାମରେ ଫେସ୍‌ବୁକ୍‌ରେ ଏକ ଜାଲ୍‌ ଆକାଉଣ୍ଟ କରାଯାଇଥିଲା ।

ତେବେ ଅନିକା ଚୋପ୍ରା ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲାଯାଇଥିଲା ପାକିସ୍ତାନର କରାଚୀରୁ । ଯବାନଙ୍କୁ ଫସାଇଥିବା ଯୁବତୀ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇର ଏଜେଣ୍ଟ । ହନିଟ୍ରାପ୍‌, ମୋଟା ଅଙ୍କର ଟଙ୍କା ଓ ଅନ୍ୟ ଅଫର ମାଧ୍ୟମରେ ପାକିସ୍ତାନ ଯବାନଙ୍କୁ ଫସାଇବାକୁ ଉଦ୍ୟମ କରୁଛି ।

ଅନିକା ଚୋପ୍ରା ଭଳି ଆଉ କେତେ ଜାଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଅଛି, ଯେଉଁ ଗୁଡ଼ିକ ମାଧ୍ୟମରେ ଭାରତୀୟ ଯବାନଙ୍କୁ ପାକିସ୍ତାନ ଫସାଇବାକୁ ଉଦ୍ୟମ କରୁଛି, ସେ ବାବଦରେ ଭାରତୀୟ ତଦନ୍ତକାରୀ ସଂସ୍ଥା ଛାନଭିନ୍‌ ଚଳାଇଛନ୍ତି ।

Related Posts