ବିଶ୍ୱକପରେ ଭାରତର ଲଗାତାର ଅଷ୍ଟମ ବିଜୟ; ୨୪୩ ରନ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ। ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଘାତକ ବୋଲିଂ ବଳରେ ଭାରତ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସହଜ ବିଜୟ ହାସଲ କରିନେଇଛି।

ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୩୨୬ ରନର ବିଶାଳ ସ୍କୋର କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୧୦୦ ରନ କରି ଅପରାଜିତ ରହିଥିଲେ। ରବୀନ୍ଦ୍ର ଜାଡ଼େଜା ନେଲେ ସର୍ବାଧିକ ୫ ୱିକେଟ। ଜବାବରେ ଦକ୍ଷିଣ ଆଫ୍ରିକା ୨୭.୧ ବଲରେ ମାତ୍ର ୮୩ ରନ କରି ଅଲଆଉଟ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ମାତ୍ର ୮୩ ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମାର୍କୋ ଜାନସେନ ୧୪ ରନ ଓ ରାସି ଭାନ ଡର୍ ଦୁସେନ ୧୩ ରନ କରିଥିଲେ।

Related Posts